Sunday, March 15, 2026
Sunday, March 8, 2026
ବାଳ ବର୍ଗ ୧୦
ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ସ୍ୱର୍ଗରୁ ଅବରତଣ କରୁଥିବା ପଞ୍ଚବିଂଶ ବୋଧିସତ୍ତ୍ୱ କାମାକୁରା କାଳ (୧୩୦୦ ମସିହା)ର ଜାପାନୀ ଚିତ୍ର ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
Sunday, March 1, 2026
Drown your body in the ocean of being
Bhima Bhoi
Translated by Sailen Routray
![]() |
| Jaali work at Safdarjung Tomb, Delhi Wikimedia Commons/Pallav.journo |
Sunday, February 22, 2026
ପୀରତି କି ଜାତି ପଦାର୍ଥ
ଶୈଲେନ ରାଉତରାୟ
ଗଣକବି ବୈଷ୍ଣବ ପାଣିଙ୍କର ବିଭାଘର ହୁଏ ଉଣେଇଶି ବର୍ଷ ବୟସରେ, ସମ୍ଭବତଃ ୧୯୦୧ ମସିହାରେ । ପାତ୍ରୀ ଜଣଙ୍କ ଥିଲେ ଜଳୌକା ପାଖ ଦେବିଲ ଗାଁର ଜୟରାମ ପଣ୍ଡାଙ୍କ ଝିଅ । ସେତେବେଳେ ପାଲାଗାୟକ ବନିବା ପାଇଁ ପାଣିଙ୍କର ପ୍ରସ୍ତୁତି ଚାଲିଥାଏ । ହେଲେ ସେ ଗୁରୁ କଲେ ନାହିଁ ।
ପ୍ରଥମେ କୋଳିଅଠା ଗ୍ରାମର ଘନ ପଣ୍ଡାଙ୍କର ପୁଅ ଜଗନ୍ନାଥଙ୍କ ସାଙ୍ଗରେ ଗାୟକ ବନିଲେ । ପାଲା ପରିବେଷଣ କରିବା ପାଇଁ ଗଡ଼ଜାତ ଅଭିମୁଖେ ଉଦ୍ୟତ ହୁଅନ୍ତେ, ବାପା ସୁଦର୍ଶନ ପାଣି ସେଥିରେ ବାଧା ଦେଲେ । ହେଲେ ବାପାଙ୍କ କଥା ନମାନି, ଦର୍ପଣର ମଇଁଷିଆଖଡ଼ା, ପୁନିଆଁ, କୁରୀକଣା, ନେତ୍କା ଓ ଚଣ୍ଡୀ ପ୍ରଭୃତି ଜାଗାରେ ସେ ପାଲା ଗାଇଲେ । ବର୍ଷା ହେଲାରୁ ଗସ୍ତ ସମାପ୍ତ କରିବାକୁ ପଡ଼ିଲା ।
ଇଆଡ଼େ ବାପା ବିବାହର ସମସ୍ତ ବନ୍ଦୋବସ୍ତ କରି ରଖିଥିଲେ । ବାପା ମାଆ ଓଲିଆ ପୁଅ କାନ୍ଧରେ ଢୋଲ ପଡ଼ିଲେ ବଜେଇ ଶିଖିବ ଭାବି, ଜୋରଜବରଦସ୍ତି ଆଗରୁ ଠିକ୍ କରି ରଖିଥିବା କନିଆ ସହିତ ବିବାହ କରିଦେଲେ । ଦରିଦ୍ର ବ୍ରାହ୍ମଣ ପରିବାରରୁ ଆସିଥିବା ବୈଷ୍ଣବଙ୍କର କୁଟୁମ୍ବ ପୋଷିବାର ଉପାୟ ହେଲା ପାଲା ପରିବେଷଣ । ହେଲେ ନିଜ ଗାଁର ଗୋଟିଏ ଗଉଡ଼ ପରିବାରରେ ଜନ୍ମ ଏକୋଇଶାପାଲା ପରେପରେ ଛୁଆଟି ମରିଯିବାରୁ ପାଲା ଗାୟକ ଭାବରେ ପାଣିଙ୍କର କର୍ମଜୀବନ ଆଶୁମୃତ୍ୟୁ ଲଭିଲା ।
ଏହା ପରେ ପରିବାର ପ୍ରତିପାଳନର ଉପାୟ ବନିଲା ମାଳିହତା ଗାଆଁରେ ଯାତ୍ରା ଦଳରେ ଓସ୍ତାଦି । ବହିର ଅଭାବ ଥିବାରୁ ଏହି ସମୟରେ ସେ ନିଜେ ବହି ଲେଖି ଦଳର ଆବଶ୍ୟକତା ମେଣ୍ଟାଇଲେ । ଏହା ସହ ତାଙ୍କର ଲେଖକୀୟ ଜୀବନ ମଧ୍ୟ ଆରମ୍ଭ ହେଲା । ଧୀରେ ଧୀରେ ଓଡ଼ିଶା, ବଙ୍ଗ ପ୍ରଦେଶର ଅନ୍ୟାନ୍ୟ ଜାଗା ତଥା ନାନାଦି ଗଡ଼ଜାତରେ ତାଙ୍କର ନାଁଡ଼ାକ ହେବାକୁ ଲାଗିଲା ।
ହେଲେ ଏହି ସମୟରେ ତେର ମାସ ମାତ୍ରର ବ୍ୟବଧାନରେ ତାଙ୍କର ପ୍ରଥମେ ମାତୃବିୟୋଗ ଓ ତାହା ପରେ ପିତୃହାନି ଘଟିଲା । ଏହା ପରେ ଘର ପାଖ ମଠର ମହନ୍ତ ରାମନାଥ ପୁରୀ ଗୋସ୍ୱାମୀ ନିଜ ପାଖରେ ପାଣିଙ୍କୁ ରଖାଇ ସମସ୍ତ ମହାଜନୀ କାରବାରର ଦାୟିତ୍ୱରେ ତାଙ୍କୁ ନିଯୁକ୍ତ କଲେ । ଆଦାୟରୁ ଶତକଡ଼ା ଦଶ ଭାଗ କମିଶନି ବୈଷ୍ଣବ ବାବୁଙ୍କର ।
ଏହି ସମୟରେ ଗୋସ୍ୱାମୀ ମଠ ପାଖରେ ଜଣେ ରଜକି କନ୍ୟା ତାଙ୍କର ଚିତ୍ତହରଣ କରେ । ସେ ତାହାର ରୂପ ଓ ଗୁଣ ଉଭୟରେ ମୁଗ୍ଧ ହୁଅନ୍ତି । ଝିଅଟିର ନାମ ହାରାମଣି । ଶ୍ରଦ୍ଧା ନାମ – ହର । ସେତେବେଳକୁ ସେ ବୟଃପ୍ରାପ୍ତ ହୋଇନଥାଆନ୍ତି । ତାଙ୍କର ଘରକୁ ବାରମ୍ବାର ଯିବାଆସିବା କରୁଥିବାରୁ ହରଙ୍କର ମା’ ପାଣିଙ୍କଠାରେ ପ୍ରୀତ ଥାଆନ୍ତି । ସେ ଯଥାମତେ ସେହି ପରିବାରଟିକୁ ସାହାଯ୍ୟ ମଧ୍ୟ କରୁଥାଆନ୍ତି ।
କନ୍ୟାଜଣଙ୍କ ସେ ସମୟର ହିସାବରେ ବିବାହଯୋଗ୍ୟା ହେବାରୁ ନାନାଦି ଜାଗାରେ ତାଙ୍କର ପ୍ରସ୍ତାବ ପଡ଼ିବାକୁ ଆରମ୍ଭ ହେଲା । ପାଣି ଯାଇ ନାନା କୁଟକପଟ କରି ସେସବୁକୁ ଭାଙ୍ଗନ୍ତି । ମଧୁପୁରରଗଡ଼କୁ ଯାତ୍ରା ପରିବେଷଣ ପାଇଁ ଥରେ ଯାଇଥିବା ସମୟରେ ସୁଯୋଗ ଦେଖି ହରଙ୍କର ମା’ ଝିଅଟିର ବିବାହ ସାଲେପୁରର ଔରଙ୍ଗାବାଦର ଜଣେ ନିଜ ଜାତିର ପିଲା ସହ କରାଇଦେଲେ ।
ଏହା ପରେ ଗ୍ରାମକୁ ଫେରି ବୈଷ୍ଣବ ପାଣି ଦେଖିଲେ ଯେ ତାଙ୍କର ପ୍ରେୟସୀ ଆଉ ଗାଁ'ରେ ନାହାନ୍ତି । ସେ ବର୍ତ୍ତମାନ ବିବାହିତା । ଏତିକି ବେଳେ ଔରଙ୍ଗାବାଦରୁ ହିଁ ଗାଆଁର ଯାତ୍ରାଦଳର ଓସ୍ତାଦି ପାଇଁ ନିମନ୍ତ୍ରଣ ମିଳିଲା । ପାଣି ଆନନ୍ଦ ମନରେ ସେଠାକୁ ଗଲେ । ଗାଁରେ ପହଞ୍ଚିବାର ଦୁଇତିନି ଦିନ ମଧ୍ୟରେ ହିଁ ଗାଧୁଆତୁଠରେ ହରଙ୍କ ସହ ତାଙ୍କର ଦେଖାସାକ୍ଷାତ ହେଲା । ତାଙ୍କୁ ଦେଖି ସେ ବିଚାରି କାନ୍ଦି ପକାଇଲେ । ସେଇଠୁ ସେ ତାଙ୍କୁ ଶିକ୍ଷା ଦେଲେ ନିଜ ପତିଙ୍କୁ ପରିତ୍ୟାଗ କରି ଗାଁ'କୁ ଚାଲିଯିବା ପାଇଁ ।
ଝିଅଟି ନିଜ ଘରକୁ ଫେରି ଆସିବା ପରେ, ପାଣି ମଧ୍ୟ ଔରଙ୍ଗାବାଦ ଛାଡ଼ି ନିଜ ଠା’କୁ ଲେଉଟି ଆସିଲେ । ବର ଘର ଯେତେ ଆସି ହରଙ୍କୁ ଲେଉଟାଣି ନେବା ପାଇଁ ଚେଷ୍ଟା କଲେ, ସେଥିରେ ସଫଳ ହେଲେ ନାହିଁ । ହରଙ୍କର ମା’ଙ୍କ ଆଗରେ ପାଣି ଆଜ୍ଞା ତାଙ୍କ ଶାଶୁଘର ବିଷୟରେ ସତମିଛ କରି ଏତେ ପରକାରେ କହିଲେ ଯେ, ହରଙ୍କର ବି ସାହସ ବଢ଼ିଗଲା । ସେ ଆଦୌ ଔରଙ୍ଗାବାଦ ଫେରିଯିବା ପାଇଁ ଆଉ ରାଜି ହେଲେ ନାହିଁ ।
ହର ବରଘରର ଆୟଅଳଙ୍କାର ଆଦି ଲେଉଟାଇ ଦେଲେ । ପାଣିଙ୍କର ମନ୍ତ୍ରଣା ସଫଳ ହେଲା । ଦୁଇ ପକ୍ଷ ଭିତରେ ଆଉ କୌଣସି ଆପୋଷ ମିଳାମିଶା ସମ୍ଭବ ହେଲା ନାହିଁ । ଏହାର ଅଳ୍ପ କିଛି କାଳ ମଧ୍ୟରେ ହିଁ ହରଙ୍କର ବର ଖଜୁରିଗଛ ରସ ଚୋରାଇ ପିଉଥିବା ବେଳେ ସାପକାମୁଡ଼ାରେ ମରିଗଲେ ।
ଏସବୁ ଭିତରେ ହର ଓ ପାଣିଙ୍କର ଚୋରା ପୀରତି ଚାଲିଥାଏ । ଏପରି କଥା ଆଉ କି ଲୁଚି ରହନ୍ତା । ବାବୁଙ୍କର ଘର ଲୋକେ ଜାଣିଲେ । ଆଉ କିଛି କର୍ତ୍ତବ୍ୟ ନ ପାଇ ଗୁଣି ଇତ୍ୟାଦି ମଧ୍ୟ କଲେ । ହେଲେ ଯେତେ ବାଧାବିଘ୍ନାଦି ସୃଷ୍ଟି ହେଉଥାଏ, ପାଣିଙ୍କର ହରପ୍ରେମ ସେତେ ବେଶୀ ବଢ଼ୁଥାଏ । ଆଉ କୌଣସି ଥଳକୂଳ ନ ଦେଖି ହର ଗୋଟିଏ ପ୍ରସ୍ତାବ ଦେଲେ । ପ୍ରସ୍ତାବଟି ହେଲା ଏଇଆ – କଲିକତାରୁ ଠାକୁର ଆଣି ଘରର ଯାବତୀୟ ସମ୍ପତ୍ତି ତାଙ୍କ ନାମରେ କରି ସ୍ତ୍ରୀଙ୍କୁ ମାର୍ଫତଦାର କରିଦିଆଯାଉ ।
ଶେଷକୁ ପାଣିଏ ଚବିଶ ଜଣ ବ୍ରାହ୍ମଣଙ୍କ ସହ କଲିକତା ଠାକୁର ମୂର୍ତ୍ତି ଖୋଜି ଗଲେ । ଶେଷକୁ ଯୋଡ଼ାଶଙ୍ଖରେ ଠାକୁର ମିଳିଲେ । ଦିଅଁ ପ୍ରତିଷ୍ଠା ପାଇଁ କାର୍ଡ଼୍ ଛପାଇ ପାଞ୍ଚଶହ ଟଙ୍କାର ଚାନ୍ଦା ମଧ୍ୟ ସଙ୍ଗ୍ରହ କରାଗଲା । ହେଲେ ଏତେ ସବୁ ଆୟୋଜନ ସରିଲା ପରେ ଜୟରାମ ପଣ୍ଡାଙ୍କ କନ୍ୟା (ଯାହାଙ୍କ ନାମ ପାଣି କେବେ ନିଜର ଆତ୍ମଜୀବନୀରେ ନିଅନ୍ତି ନାହିଁ) ଠାକୁରଙ୍କର ମାର୍ଫତଦାର ବନିବା ପାଇଁ ରାଜି ହେଲେ ନାହିଁ ।
ଏଥିକୁ ପାଣି ଏକ ବସ୍ତ୍ର ହୋଇ ଘର, ସମ୍ପତ୍ତି ସମସ୍ତ ତ୍ୟାଗ କଲେ । ବିରୂପାକୂଳରେ କୁଡ଼ିଆଟିଏ ତୋଳାଇ ହରଙ୍କ ସହ ଦାମ୍ପତ୍ୟ ଜୀବନ ଅତିବାହିତ କରିବାକୁ ଆରମ୍ଭ କଲେ । ହେଲେ ପ୍ରଥମ ସ୍ତ୍ରୀ ମାମଲାକୁ ଏପରି ସହଜ ଭାବରେ ରଫାଦଫା କରିଦେବା ପାଇଁ ଛାଡ଼ିଲେ ନାହିଁ । ସେ ବାଟେଘାଟେ ଭଡ଼ାଟିଆ ଜଗାଇ ନିଜ ସ୍ୱାମୀଙ୍କୁ ମାଡ଼ ମରାଇବା ପାଇଁ ଲୋକ ନିଯୁକ୍ତ କଲେ । ପାଣି ଅନେକ ଥର ମାଡ଼ ମଧ୍ୟ ଖାଇଲେ ।
ସେ ଏହି ସମୟରେ ଗୁଆଳିପୁର ଯାତ୍ରା ଦଳର ଓସ୍ତାଦ ରୂପେ ନିଯୁକ୍ତି ପାଇ ନିଜ ରଚିତ ଗଙ୍ଗେଶ୍ୱରଦେବ, କୀର୍ତ୍ତିବୀର୍ଯ୍ୟ ଓ ଧୃବ, ଏହି ତିନୋଟି ନାଟକ ସଫଳତାର ସହ ମଞ୍ଚସ୍ଥ କରାଇ କଲିକତା ପ୍ରବାସ କଲେ । ସେଠାରେ ଚାରି ମାସରୁ ଅଧିକ କାଳ ଅବସ୍ଥାନ କରି ପାଞ୍ଚ ହଜାରରୁ ଅଧିକ ଟଙ୍କା ଅର୍ଜନ କଲେ । ଏଥିରୁ କିଛି ଟଙ୍କା ହରଙ୍କ ପାଖକୁ ପ୍ରେରଣ କଲେ ବିରୂପା କୂଳରେ ବାପଘର ପାଖରେ ଖଣ୍ଡେ ବସା ତୋଳିବା ନିମନ୍ତେ ।
ଏହି ସମୟରେ ଯାତ୍ରା ଓସ୍ତାଦ ଭାବରେ ଖ୍ୟାତି ବ୍ୟାପିବାରୁ ଅର୍ଥ ଉପାର୍ଜନ ମଧ୍ୟ ବଢ଼ିଲା । ମାସିକ ବହି ଲେଖିଲେ ଅଶୀ ଟଙ୍କା ଖଣ୍ଡେ ମିଳୁଥିଲା । ଯାତ୍ରାଦଳର ଓସ୍ତାଦ ହିସାବରେ ଦରମା ଥିଲା ମାସକୁ ଚାଳିଶ ପଚାଶ ଟଙ୍କା । ନିଜର ପ୍ରିୟତମାଙ୍କୁ ଏହି ଆୟର ଅଂଶ ଦେଉଥିବାରୁ ହର ଏହା ମଧ୍ୟରେ ସୁନା ରୂପା ଅଳଙ୍କାର ଓ ଦୁଇ ତିନି ମାଣ ପରିମାଣର ଚାଷ ଜମି ଆଦି କିଣିବାରେ ସମର୍ଥ ହେଲେ ।
ହରଙ୍କ ଗୁଣ ଓ ଆଚରଣରେ ପାଣି ମୁଗ୍ଧ ଥାଆନ୍ତି । ହାରାମଣି ଦୁଃଖୀର କଷ୍ଟ ବୁଝନ୍ତି । ଜୀବଜନ୍ତୁଙ୍କ ପ୍ରତିପୋଷଣରେ ଦକ୍ଷ । ସଙ୍ଗୀତରେ ପ୍ରବେଶ ଥାଏ । ଏହା ସହିତ ବେଶଭୂଷା ଓ ଆଚରଣରେ ଖୁଣିବାରେ ନାହିଁ । ହେଲେ ଏ ସବୁ ମଧ୍ୟରେ ବି ବୈଷ୍ଣବ ବାବୁଙ୍କର ନାନାଦି ବାରନାରୀଙ୍କର ସହ ଭାବପୀରତି ଚାଲିଥାଏ ।
ସହଭାଗିନୀ ହାରାମଣିଙ୍କର ଦୋଷଥାଏ ତ ଗୋଟିଏ । ପଇସାପତ୍ର ମାମଲାରେ ତାଙ୍କର କିଛି ହିସାବପତ୍ର ନଥାଏ । ବେହିସାବି ଖର୍ଚ୍ଚ କରନ୍ତି ସେ । ଅନେକ କାରଣରୁ ହର ଓ ପାଣିଙ୍କର ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଲାଗେ । ହେଲେ ହର ଥିଲେ ସମ୍ପୂର୍ଣ୍ଣ ଭାବରେ ପତିଗତପ୍ରାଣା । ବିଗତଯୌବନ ପାଣି ଯେବେ କଟକ ମେଡ଼ିକଲରେ ଜୀବନ ସହିତ ସଙ୍ଗ୍ରାମ କରୁଥାଆନ୍ତି, ସେତେବେଳେ ହରପ୍ରିୟା ହିଁ ଗାଁ'ରୁ ଆସି, ସେବା କରି ତାଙ୍କର ଜୀବନରକ୍ଷା କରିଥିଲେ ।
ଏହି ଘଟଣାର କିଛି କାଳ ପରେ ହିଁ ଏକ ସାମାନ୍ୟ ଜଙ୍ଘାବାତ ରୋଗ ଉତ୍କଟ ହେବାରୁ ହର ଦୁଇ ମାସ କାଳ କଷ୍ଟ ଭୋଗନ୍ତି । ନାନାଦି ପ୍ରକାରର ଚିକିତ୍ସା ପ୍ରଣୀଳୀର ପରୀକ୍ଷାନୀରିକ୍ଷାର ଶୀକାର ହୋଇ ସେ ଶେଷକୁ ପ୍ରାଣ ତ୍ୟାଗ କରନ୍ତି । ସେତେବେଳକୁ ବୋଧହୁଏ ୧୯୫୪ ସାଲ । ଏହିପରି ଭାବରେ ଚାରି ପୁରୁଷ ତଳର, ସେ ସମୟରେ ଅଭାବନୀୟ, ଏକ ବ୍ରାହ୍ମଣ-ରଜକୀ ସମ୍ପର୍କର ଅନ୍ତ ହୁଏ ।
ବି.ଦ୍ର. - ଏହି ଲେଖାରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା ।
Sunday, February 15, 2026
Who was Kabir anyway?
Sailen Routray
Sunday, February 8, 2026
ବାଳ ବର୍ଗ ୯
ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ଅଜନ୍ତାର ଚତୁର୍ଥ ଗୁମ୍ଫାରେ ବୋଧିସତ୍ତ୍ୱମାନଙ୍କ ଦ୍ୱାରା ପରିବେଷ୍ଟିତ ବୁଦ୍ଧ ମହାରାଷ୍ଟ୍ରର ଔରଙ୍ଗାବାଦ (ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ସପ୍ତମ ଶତାବ୍ଦୀ) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ନିଶ୍ଚିତ ଭାବରେ ତାହା କର୍ତ୍ତବ୍ୟ ଅଟଇ ।
ବିପାକ ଫଳକୁ ଯା' ପ୍ରସନ୍ନଚିତ୍ତ ହୋଇ
ଉତ୍ତମ ମନରେ ଭୋଗ କରିତେ ପଡ଼ଇ ।୯।
ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍ରେ ମାକ୍ସ୍ ମ୍ୟୁଲର୍ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।
Sunday, February 1, 2026
That uncreated wind moves
Bhima Bhoi
Translated by Sailen Routray
![]() |
| The arched jali of Humayun's Tomb featuring a 6-fold Islamic geometric pattern Photo credit: https://commons.wikimedia.org/Hu741f4/ |
The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...
-
ରେଭେନ୍ସାର ଖାନା ଶୈଲେନ ରାଉତରାୟ ରେଭେନ୍ସାର ପୂର୍ବ ଛାତ୍ରାବାସର ଆଲୋକଚିତ୍ର (ଅପ୍ରେଲ ୨୦୨୦) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ ଦିନ ଥିଲା, କଲେଜେ କହିଲେ ନୋକେ ...
-
Bou’s Saree Chirashree Indrasingh Translated by Sailen Routray The old Jewish cemetery near Heinsheim, Bad Rappenau , German Photo Credit ...
-
Why I am no longer ashamed of being called a blogger Sailen Routray Boy under waterfall in Phu Sang National Park, Thailand https://commons....






