Saturday, June 4, 2022

ଦେବସୁତ କରିବେ ପାର

ଶୈଲେନ ରାଉତରାୟ


ମେରି ଓ ଯୀଶୁ
୧୫୫୦-୧୬୦୦ ମସିହାରେ ଭାରତରେ ପ୍ରସ୍ତୁତ ମିନିଏଚର କଳା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ମନରେ ଯୀଶୁ ଯୀଶୁ ଜପ
ଅଧିକ ନ ହେଲେ ଅଳପ ।୦।

ମଧୁର ସେହି ଯୀଶୁ ନାମ
ନିତ୍ୟଶାନ୍ତିର ଅଟେ ଧାମ ।୧।

ସେହି ନାମକୁ ଆଶ୍ରା କର
ଦେବସୁତ କରିବେ ପାର ।୨।

ଏହି ଯେ ସଂସାରସାଗର
ଲଙ୍ଘିବା ଅଟଇ ଦୁସ୍ତର।୩।

ଯୀଶୁ ନାମକୁ ତରୀ କଲେ
ଭବସିନ୍ଧୁ ତରିବୁ ଭଲେ ।୪।

ଅନ୍ୟ ଉପାୟ ଲୋଡ଼ା ନାହିଁ
ଯୀଶୁ ନାମକୁ ଭଜ ତୁହି ।୫।

ସିଲୁ ରାଉତ ପାପୀ ବଡ଼
ପରମେଶ୍ୱର ଦୟା କର ।୬।

2 comments:

  1. Prabhu jishu masiha apanku bhala re rakhantu, kabita ra Chanda bhala hoichhi

    ReplyDelete
    Replies
    1. ନମସ୍କାର । ପ୍ରଭୁ ଯୀଶୁ ସମସ୍ତଙ୍କର ମଙ୍ଗଳ କରନ୍ତୁ । ପଢ଼ିବା ପାଇଁ ଆଉ ମତାମତ ନିମନ୍ତେ ଧନ୍ୟବାଦ ।

      Delete

କଟକରେ ଘର ଶୈଲେନ ରାଉତରାୟ କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ ଯୁଦ୍ଧର ଆସନ୍ନ ବାଦଲରେ କଳା ୧୯୭୧ ମସିହାର ସୁଦଶାବ୍ରତର ଦିନ । କଟକର...