Saturday, July 8, 2023

ଆଗ୍ନେସ୍ ମାର୍ଟିନ୍‌ଙ୍କର ଏକ ଚିତ୍ର

ରମାକାନ୍ତ ସାମନ୍ତରାୟ ଓ ଶୈଲେନ ରାଉତରାୟ


ଆଗ୍ନେସ୍ ମାର୍ଟିନ୍‌ଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର

ଏଠାରେ ସ୍ଥାନିତ ଚିତ୍ରଟି ଆଙ୍କିଥିବା କଳାକାର ହେଲେ କାନାଡ଼ାରେ ଜନ୍ମିତ ଆମେରିକୀୟ ଚିତ୍ରଶିଳ୍ପୀ ଆଗ୍ନେସ୍ ମାର୍ଟିନ୍‌ (ମାର୍ଚ୍ଚ ୨୨, ୧୯୧୨-ଡିସେମ୍ବର ୧୬-୨୦୦୪) । ଜେନ୍ ବୌଦ୍ଧ ଧର୍ମ ଦ୍ୱାରା ଅନୁପ୍ରାଣିତ ଆଗ୍ନେସ୍ ସାରା ଜୀବନ ସ୍ୱେଚ୍ଛାକୃତ ଭାବରେ ଏକୁଟିଆ ରହୁଥିଲେ ଓ ସ୍କିତ୍‌ଜୋଫ୍ରେନିଆରେ ଆକ୍ରାନ୍ତ ଜଣେ ମାନସିକ ରୋଗୀ ଥିଲେ । କିନ୍ତୁ ଜୀବନ ପ୍ରତି ତାଙ୍କର ଯୁକ୍ତାତ୍ମକ ଦୃଷ୍ଟିଭଙ୍ଗୀଟି ରହିଥିଲା । ତାଙ୍କ ଜୀବନର ଅନେକ ଗୋପନ ତଥ୍ୟ ତାଙ୍କର ଜୀବନୀ ଗ୍ରନ୍ଥ ‘ଆଗ୍ନେସ୍ ମାର୍ଟିନ୍: ପାୟୋନିୟର୍, ପେଣ୍ଟର୍, ଆଇକନ୍’ରେ ଆମେ ପଢ଼ିବାକୁ ପାଉ । 

ନିଜକୁ ସେ ଜଣେ ଆବ୍‌ଷ୍ଟ୍ରାକ୍ଟ ଇମ୍ପ୍ରେସନିଷ୍ଟ୍ ଚିତ୍ରଶିଳ୍ପୀ ଭାବରେ ଚିହ୍ନଟ କରୁଥିଲେ ମଧ୍ୟ, କଳା ସମାଲୋଚକମାନେ ତାଙ୍କୁ ମିନିମାଲିଷ୍ଟ ଚିତ୍ରଧାରା ସହ ସାମିଲ କରନ୍ତି । ଚିତ୍ର ଅଙ୍କନ ସହ ସେ ଚଳଚ୍ଚିତ୍ର ବି ନିର୍ମାଣ କରିଛନ୍ତି । ବିଶିଷ୍ଟ ଚିତ୍ରଶିଳ୍ପୀ ଏ. ଡ଼ି. ରେନ୍‌ହାର୍ଟ୍‌ଙ୍କ ସହ ବନ୍ଧୁତା ଓ ମାର୍ଗଦର୍ଶନ ଆଗ୍ନେସଙ୍କ ଚିତ୍ରଧାରାକୁ ବହୁଧା ପ୍ରଭାବିତ କରିଥିଲା । ଜୀବନକାଳ ମଧ୍ୟରେ ପ୍ରାୟ ୮୫ଟି ଏକକ କଳା ପ୍ରଦର୍ଶନୀ କରିଥିବା ଆଗ୍ନେସ୍ ମନପସନ୍ଦ ନହେଲେ ନିଜ କଳାକୃତିକୁ ସମୂର୍ଣ୍ଣ ନଷ୍ଟ କରିବା ପାଇଁ ପ୍ରସିଦ୍ଧ ଥିଲେ । 

ପ୍ରାୟତଃ ଛଅ ଫୁଟ ଗୁଣନ ଛଅ ଫୁଟର କ୍ୟାନ୍‌ଭାସ୍ ଅଙ୍କା ଆଗ୍ନେସ୍‌ଙ୍କ ଛବିରେ ରେଖା ଓ ଜାଲ ଦେଖିବାକୁ ମିଳେ, ଯେଉଁଥିରେ ନାମମାତ୍ର ବର୍ଣ୍ଣର ବ୍ୟବହାର ହୋଇଥାଏ । ଦେଖିବାକୁ ଖୁବ୍ ସହଜ ଓ ସରଳ ମନେ ହେଉଥିବା ଏହି ଛବିଗୁଡ଼ିକର ପ୍ରସ୍ତୁତି ପ୍ରଣାଳୀ ବେଶ୍ ଜଟିଳ ଓ ସମୟସାପେକ୍ଷ । ପ୍ରକୃତିରୁ ଅତି ଅଳ୍ପ ଜ୍ୟାମିତିକ ରୂପରେ ପ୍ରକାଶ କରିବାରେ ତାଙ୍କର ଆଗ୍ରହ ହିଁ ଏପରି ଚିତ୍ରକାରୀକୁ ଜନ୍ମ ଦେଇଥିଲା ।

4 comments:

  1. You are an encyclopedia for posterity, Sailen.. take a bow..

    ReplyDelete
  2. This comment has been removed by the author.

    ReplyDelete
  3. Thnx Sailen for let us know about a great artist like Martin

    ReplyDelete
  4. A good article indeed
    Thank you Sailen

    ReplyDelete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....