ଅପ୍ରମାଦ ବର୍ଗ ୯-୧୦
ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
| ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
![]() |
| ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
![]() |
| ଲିଙ୍ଗରାଜ ମନ୍ଦିର ପାଖ ଏଗ ଗଳିର ଦୃଶ୍ୟ (୨୦୦୭ ମସିହାର ଆଲୋକଚିତ୍ର) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଜି. ୟୁ. ଟୋଲକିଏନ୍ |
ମୁଁ ପୁରୁଣା ବସଷ୍ଟାଣ୍ଡରୁ ଫେରୁଥାଏ, ମୋ ଲୁନାରେ । ସ୍ପିଡ଼୍ ପଚିଶ ଖଣ୍ଡେ ଥିବ କି ନାହିଁ । ପି.ଏମ୍.ଜି. ଛକ ପଟୁ ଆସି ରବୀନ୍ଦ୍ର ମଣ୍ଡପ କଡ଼ରେ ବାଁ ମୋଡ଼ି ସାରି ମଣ୍ଡପର କଡ଼ ଗେଟ୍ ଡେଗିଚି କି ନାଇଁ, ତା’କୁ ଟପିଲି । ସେ ଥିଲା ଗୋଟେ ହର୍କ୍ୟୁଲେସ ସାଇକେଲରେ ।
ମୋ ଲୁନା ଧିମେଇ ଗଲା । ତା’ର ସାଇକେଲ ବି । ସେ ବୁଲିକି ଚାହିଁଲା । ମୁଁ ବି । ପତଳା, ଗୋରା, ନହକା ଦେହ । ଠାକରା ମୁହଁ । ଇଂରାଜୀରେ ‘ହାଏ ଚିକ୍ ବୋନ୍ସ୍’ ବୋଲି କହିଥା’ନ୍ତେ । ମଝିଆଳିଆ ଲମ୍ବା ଚୁଟି, କାନ୍ଧ ପର୍ଯ୍ୟନ୍ତ । ମୋ ଭଳିଆ କୁଞ୍ଚୁକୁଞ୍ଚିଆ ନୁହଁ, କି ସିଧା ବି ନୁହଁ । ଢେଉଢେଉକା । ତା’ ମୁହଁ ସୁନ୍ଦର ବୋଲି କହି ହେବନି ବୋଧହୁଏ, ହେଲେ ହାତଠାରି ଡାକୁଥିଲା, ‘ମୋତେ ଦେଖ’ । ମୁଁ ଦେଖିଲି । ହେଲେ ପୁଣି ମୁହଁ ବୁଲାଇ ଚାଲିଗଲି ।
କିଛି ସେକେଣ୍ଡ ପରେ ସରକାରୀ ଗେଷ୍ଟହାଉସ ପାର ହୋଇଥିବି କି ନାହିଁ, ଫେରି ଆସିଲି । ସେ ବି ଅଟିକିଥାଏ, ଛକର ଠିକ ଆଗରୁ । ପାଖରେ ପହଞ୍ଚି ଗାଡ଼ି ଅଟକାଇଲାଠୁ ସେ ମୁରୁକିହସା ଦେଲା । ମୁଁ ଲାଜ ଛାଡ଼ି ପଚାରିଲି, ‘କୁଆଡ଼େ ଯାଉଚ ?’ ସେ କହିଲା, ‘ମାଆଙ୍କ ସେଣ୍ଟର । ଆସିବ ?’ ମୁଁ କହିଲି, ‘ଚାଲ’ ।
ସେ ଜୋରରେ ସାଇକେଲ ଚଲାଇଲା, ମୋ ଆଗେ ଆଗେ । ମୁଁ ଲୁନା, ଧିରେ । ଆଗ ପଛ ହୋଇ କେଶରୀ ପୂର୍ବରୁ ଡାହାଣକୁ ମୋଡ଼ି ଅଳ୍ପ ବାଟ ପରେ ଯାଇ ପହଞ୍ଚିଲୁ ସେଣ୍ଟରରେ । ମୋତେ ବହୁତ ଭଲ ଲାଗିଲା । ସଫା, ୠଚିପୂର୍ଣ୍ଣ ଭାବରେ ସଜା, ଚୁପଚାପ୍ । ଚାରିଆଡ଼ୁ ଧୂପର ସୁନ୍ଦର ବାସେନା ।
ସେ ଧ୍ୟାନ ପାଇଁ ଉଦ୍ଦିଷ୍ଟ ବଖରାରେ କିଛି ସମୟ ବସି ପ୍ରାର୍ଥନା କଲା । ମୁଁ ତା’ ପାଖରେ ଆଖି ବନ୍ଦ କରି ବସିଲି । ମୋତେ କିନ୍ତୁ ବନ୍ଦ ଆଖିରେ ନା ଶ୍ରୀମା କି ଅରବିନ୍ଦ, କେହି ଦିଶୁ ନଥାଆନ୍ତି । ଦେଖାଯାଉଥାଏ ତା’ର ଠାକରା ମୁହଁ ।
କିଛି ସମୟ ପରେ ବାହାରି ଆସିଲୁ । ଗେଟ୍ ପାଖରେ ଠିଆ ହୋଇ ସେ ସାଇକେଲ ତାଲା ଖୋଲୁ ଖୋଲୁ କହିଲା, ‘ମୋ ନାଁ ସନ୍ଦୀପ’ ।
‘ମୁଁ ରାଜା,’ ମୁଁ କହିଲି ।
‘କଅଣ କରୁଚ?’
‘ଗତ ବର୍ଷ +୨ ଡ୍ରପ୍ କରି, ଏ ବର୍ଷ ପ୍ରସ୍ତୁତ ହେଉଚି ପରୀକ୍ଷା ପାଇଁ ଆଉଥରେ,’ ବୋଲି ମୁଁ କହିଲି । ଯଦିଓ ସେଯାକେଁ ମୋର ପ୍ରସ୍ତୁତି ଆରମ୍ଭ ହେବାର ନାଁଗନ୍ଧ ନଥାଏ ।
ସେ କହିଲା, ‘ଆମର ମାଟ୍ରିକ ଗୋଟେ ବ୍ୟାଚ୍ ତା’ହେଲେ । ମୁଁ କେଉଁଠି ଆଡ଼ମିଶନ ନନେଇ ଇଞ୍ଜିନିଅରିଂ ପରୀକ୍ଷା ପାଇଁ ରେଡ଼ି ହେଉଚି । ଗତ ଥର ସରକାରୀ କଲେଜ ପାଇଁ ରାଙ୍କ୍ ହେଲାନି’ ।
ମୁଁ କହିଲି, ‘ହଉ’ ।
‘ଆଉ କେବେ ଭେଟ ହେବା?’
‘ତୁମେ କଅଣ ଏଠିକି ନିୟମିତ ଆସ?’
‘ହଁ । ଆସନ୍ତା ରବିବାର ଏଇ ସମୟରେ ତା’ହେଲେ?’
ମୁଁ ତା’ ପରେ ତା’କୁ ଚାରିଥର ଭେଟିଥିବି । ଦ୍ୱିତୀୟ ଥର ସେଇ ଖାରବେଳ ନଗରର କେନ୍ଦ୍ରରେ । ହେଲେ ସେ ସବୁ ଗପ, ଏ ଗପ ନୁହେଁ ।
![]() |
| Rajendra Lal Mitra (1824-1891) |
![]() |
| A view of Lingaraj Temple (Source - 'Antiquities of Orissa') |
![]() |
| ବୁଦ୍ଧପାଦ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
![]() |
Illustration by Raghunath Prusti of 'Labanyabati' by Upendra Bhanja |
![]() |
| ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଓଡ଼ିଶା ସରକାର |
ମୁଁ ବସିଚି ଛାତ ଉପରେ ପଡ଼ିଥିବା ଟେବୁଲର ବାଁ କଡ଼ରେ ରାସ୍ତାକୁ ଅନେଇ । ମୋ ଆଗରେ ଖାରବେଳ ନଗରର ଗଛମାଳ । ଷ୍ଟେସନ ପୂର୍ବର ରାସ୍ତାରେ ଗାଡ଼ିମଟରର ଆଲୁଅ ଦିଶୁଟି ଜୁଳୁଜୁଳିଆ ପୋକ ପରି । ଗୌତମ ମୋ ଡାହାଣ ପାଖରେ । ତୁମେ ସିଧା ମୋ ଆଗରେ ଟେବୁଲ ସେପଟେ । ସୋନିଆ ତୁମ ବାଁ ଆଡ଼କୁ, ମାନେ ଗୌତମ ଆଗରେ ।
“ଭାଉଜ, ଲେମ୍ବୁ ପାଣିକୁ ଏମିତି ଡରି ଡରି ପିଇଲେ ହବ?” ସୋନିଆ ରହସ୍ୟ କରି କହିଲା ।
“ଭୁବନେଶରିଆଙ୍କୁ ବିଶ୍ୱାସ ନାହିଁ ।”
“ହଉ ରାଜା ଭାଇଙ୍କୁ ବିଶ୍ୱାସ ନକର । ମୋତେ ତ କର । ତମେ ଟଏଲେଟ ଯାଇକି ଆସିବା ଭିତରେ ଏଥିରେ କିଛି ମିଶିନି । ମୁଁ ତ ଆଉ କୁଆଡ଼େ ଯାଇନି” ।
“ହଉ । ତୁମ ୱାଇନ୍ କେମିତି ଅଛି” ।
ସୋନିଆ କିଛି ନ କହି ତୁମ ଓଠ ପାଖକୁ ଗିଲାସଟି ନେଇଆସିଲା ।
ତୁମେ ଚାଖିଲ ଆଉ କହିଲ, “ଇସ୍! ଏତେ କସା, କେମିତି ପିଉଚ!”
ମୁଁ ମୋ ଗରମ ଲେମ୍ବୁ ପାଣିରେ ମିଶା ଓଲ୍ଡ଼୍ ମଙ୍କ୍ ପେଗ୍ରୁ ଢୋକେ ପିଇ କହିଲି. “ତୁମେ ଖଟା ଲେମ୍ବୁ ପାଣି କେମିତି ପିଉଚ? ସେମିତି” ।
ତୁମ ଚୁଟି ପବନରେ ଆଲୁରୁ ମାଲୁରୁ ହେଇ ଉଡ଼ୁଥାଏ । ମୁଁ ତୁମ ପଛକୁ ଗଲି । ଗୌତମ ତା ଫୋନରେ କିଛି ଖୁଡ଼ଖାଡ଼ କରୁଚି । ତାର ହ୍ୱିସ୍କି ଗିଲାସ ସେମିତି ତା ଆଗରେ ଠିଆ ହୋଇଚି । ଟେରାସ୍ର ଟେବୁଲ ସବୁ ଭର୍ତ୍ତି ହୋଇଗଲାଣି ।
କୁବୁଲା ଭାଇ, ଦୁଇ ହାତରେ ଦୁଇ ପ୍ଲେଟ୍ ମାଛ ଭଜା ଧରି ଆସୁଚନ୍ତି ଆମ ଆଡ଼େ ।
ମୁଁ ଗୌତମକୁ କହିଲି, “ତୁମେ ଫୋନକୁ ଛାଡ଼ପତ୍ର ଦିଅ । ତୁମ ଚୁନା ମାଛ ଭଜା ଆଉ ପୋହଳା ଫ୍ରାଏ ଆସିଗଲା” ।
ମୋ ଚଉକିକୁ ଫେରିବା ଆଗରୁ ତୁମ ଚୁଟିରେ ଜୁଡ଼ାଟିଏ ପକେଇ ଦେଇ କହିଲି, “ଚୁଟି ଉଡ଼ିଲେ ଖତରନାକ ଦିଶୁଚ, ଶୀତ ଦିନ ଅଧାରାତିର ଜନପଥ ପରି ।“
ତମେ କହିଲ, “ଦୁଷ୍ଟ ।“
ଠିକ୍ ସେତିକି ବେଳେ ବାଦଲ ଫାଙ୍କରୁ ଜହ୍ନ ତୁମ ପରି ଦିଶିଲା । ଆଉ ମୋ ଡାହାଣ ପଟର ରାସ୍ତା ଦିଶିଗଲା ଆମ ସ୍ୱପ୍ନର ରାତି ପରି ।
The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...