Saturday, July 15, 2023

Song for the self

Bharat Majhi

Translated by Sailen Routray

 

Selfie Christopher Flach NYC self portrait
Photo credit: commons.wikimedia.org/Christopher Flach
 

I understood 
as much I heard.

Janhi flowers strewn across the branch,
stretched away 
after shooing me out of their way;
the clouds opened their mouth,
and then spit out the rains.

I put my ears 
close to the heart of the clouds,
and heard.

And I understood 
as much as I heard.

I had nothing to say,
absolutely nothing indeed!
then why was I being called 
by the forest, 
the river 
and the birds?
Why was the sun rising,
and making me rise 
above the noise of the streets?

All my ancestors are busy
climbing stairs,
and all my successors 
are busy counting them.

Does anyone listen 
to the cribbing of someone 
who cannot speak? 
Definitely not the eyes 
about to brim over with tears,
or the flowers 
that bloomed out of season.

For the sleep-addicted time, 
therefore,
I have nothing,
nothing indeed!

I understood 
just as much I heard.

Note: The poet, Bharat Majhi (born in 1972 in Kalahandi), works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004. 

Saturday, July 8, 2023

ଆଗ୍ନେସ୍ ମାର୍ଟିନ୍‌ଙ୍କର ଏକ ଚିତ୍ର

ରମାକାନ୍ତ ସାମନ୍ତରାୟ ଓ ଶୈଲେନ ରାଉତରାୟ


ଆଗ୍ନେସ୍ ମାର୍ଟିନ୍‌ଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର

ଏଠାରେ ସ୍ଥାନିତ ଚିତ୍ରଟି ଆଙ୍କିଥିବା କଳାକାର ହେଲେ କାନାଡ଼ାରେ ଜନ୍ମିତ ଆମେରିକୀୟ ଚିତ୍ରଶିଳ୍ପୀ ଆଗ୍ନେସ୍ ମାର୍ଟିନ୍‌ (ମାର୍ଚ୍ଚ ୨୨, ୧୯୧୨-ଡିସେମ୍ବର ୧୬-୨୦୦୪) । ଜେନ୍ ବୌଦ୍ଧ ଧର୍ମ ଦ୍ୱାରା ଅନୁପ୍ରାଣିତ ଆଗ୍ନେସ୍ ସାରା ଜୀବନ ସ୍ୱେଚ୍ଛାକୃତ ଭାବରେ ଏକୁଟିଆ ରହୁଥିଲେ ଓ ସ୍କିତ୍‌ଜୋଫ୍ରେନିଆରେ ଆକ୍ରାନ୍ତ ଜଣେ ମାନସିକ ରୋଗୀ ଥିଲେ । କିନ୍ତୁ ଜୀବନ ପ୍ରତି ତାଙ୍କର ଯୁକ୍ତାତ୍ମକ ଦୃଷ୍ଟିଭଙ୍ଗୀଟି ରହିଥିଲା । ତାଙ୍କ ଜୀବନର ଅନେକ ଗୋପନ ତଥ୍ୟ ତାଙ୍କର ଜୀବନୀ ଗ୍ରନ୍ଥ ‘ଆଗ୍ନେସ୍ ମାର୍ଟିନ୍: ପାୟୋନିୟର୍, ପେଣ୍ଟର୍, ଆଇକନ୍’ରେ ଆମେ ପଢ଼ିବାକୁ ପାଉ । 

ନିଜକୁ ସେ ଜଣେ ଆବ୍‌ଷ୍ଟ୍ରାକ୍ଟ ଇମ୍ପ୍ରେସନିଷ୍ଟ୍ ଚିତ୍ରଶିଳ୍ପୀ ଭାବରେ ଚିହ୍ନଟ କରୁଥିଲେ ମଧ୍ୟ, କଳା ସମାଲୋଚକମାନେ ତାଙ୍କୁ ମିନିମାଲିଷ୍ଟ ଚିତ୍ରଧାରା ସହ ସାମିଲ କରନ୍ତି । ଚିତ୍ର ଅଙ୍କନ ସହ ସେ ଚଳଚ୍ଚିତ୍ର ବି ନିର୍ମାଣ କରିଛନ୍ତି । ବିଶିଷ୍ଟ ଚିତ୍ରଶିଳ୍ପୀ ଏ. ଡ଼ି. ରେନ୍‌ହାର୍ଟ୍‌ଙ୍କ ସହ ବନ୍ଧୁତା ଓ ମାର୍ଗଦର୍ଶନ ଆଗ୍ନେସଙ୍କ ଚିତ୍ରଧାରାକୁ ବହୁଧା ପ୍ରଭାବିତ କରିଥିଲା । ଜୀବନକାଳ ମଧ୍ୟରେ ପ୍ରାୟ ୮୫ଟି ଏକକ କଳା ପ୍ରଦର୍ଶନୀ କରିଥିବା ଆଗ୍ନେସ୍ ମନପସନ୍ଦ ନହେଲେ ନିଜ କଳାକୃତିକୁ ସମୂର୍ଣ୍ଣ ନଷ୍ଟ କରିବା ପାଇଁ ପ୍ରସିଦ୍ଧ ଥିଲେ । 

ପ୍ରାୟତଃ ଛଅ ଫୁଟ ଗୁଣନ ଛଅ ଫୁଟର କ୍ୟାନ୍‌ଭାସ୍ ଅଙ୍କା ଆଗ୍ନେସ୍‌ଙ୍କ ଛବିରେ ରେଖା ଓ ଜାଲ ଦେଖିବାକୁ ମିଳେ, ଯେଉଁଥିରେ ନାମମାତ୍ର ବର୍ଣ୍ଣର ବ୍ୟବହାର ହୋଇଥାଏ । ଦେଖିବାକୁ ଖୁବ୍ ସହଜ ଓ ସରଳ ମନେ ହେଉଥିବା ଏହି ଛବିଗୁଡ଼ିକର ପ୍ରସ୍ତୁତି ପ୍ରଣାଳୀ ବେଶ୍ ଜଟିଳ ଓ ସମୟସାପେକ୍ଷ । ପ୍ରକୃତିରୁ ଅତି ଅଳ୍ପ ଜ୍ୟାମିତିକ ରୂପରେ ପ୍ରକାଶ କରିବାରେ ତାଙ୍କର ଆଗ୍ରହ ହିଁ ଏପରି ଚିତ୍ରକାରୀକୁ ଜନ୍ମ ଦେଇଥିଲା ।

Saturday, July 1, 2023

Always

Basudev Sunani

Translated by Sailen Routray


Photo Credit - commons.wikimedia.org/Marek Szczepanek

Till now,
what have I ever given to anyone?
My withering existence,
drops of intimacy,
incompetent footsteps,
or, for that matter,
grams of vanishing solidarity?

I have not been able 
to burn as wood 
in a deprived stove,
nor have I flowered 
as a pointless word
in a mouth long silenced.

I have been swimming around
like a tiny dream-laced fish
in a vanishing pond.

And I have been ruminating 
whether I should jump into the ocean
and give it immortality,
or should I dig down, 
and irritate the soft head 
of the snake 
that props up the world.

But 
at the most opportune moment of the play,
I get caught 
in the beak of the long-meditating heron.


Translator's Note: Basudev Sunani (b. 1962) is one of the foremost poetic voices of his generation in Odia literature. He has a body of prose in the form of novels, monographs and essays in the language as well.

Thursday, June 22, 2023

ଅପ୍ରମାଦ ବର୍ଗ ୧୧-୧୨

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଓଡ଼ିଆ ପଦ୍ୟାନୁବାଦ

ଯେଉଁ ଭିକ୍ଷୁ ଅପ୍ରମାଦେ ହୋଇଛନ୍ତି ବ୍ରତୀ ।
ପରମାଦରେ ଅଟନ୍ତି ଯିଏ ଭୟଦର୍ଶୀ ।। 
ଛୋଟ ବଡ଼ ବନ୍ଧନଙ୍କୁ ଛିନ୍ନ ସିଏ କରି
ଆଗକୁ ଆଗ ନିଶ୍ଚିତ ଗତି ଯେ ତାଙ୍କରି ।୧୧।

ଯେଉଁ ଭିକ୍ଷୁ ଅପ୍ରମାଦେ ହୋଇଛନ୍ତି ବ୍ରତୀ ।
ପରମାଦରେ ଅଟନ୍ତି ଯିଏ ଭୟଦର୍ଶୀ ।। 
ଘଟିବାର କେବେନାହିଁ ତାଙ୍କର ବିଚ୍ୟୁତି 
ନିର୍ବାଣର ଅନ୍ତିକରେ ନିଶ୍ଚେ ତାଙ୍କ ସ୍ଥିତି ।୧୨।

ମୂଳ ପାଲି ପଦ

ଅପ୍ପମାଦରତୋ ଭିକ୍ଖୁ ପମାଦେ ଭୟଦସ୍ୱିବା ।
ସଞ୍ଯୋଜନଂ ଅଣୁଂ ଥୂଳଂ ଦହଂ ଅଗ୍ଗୀ ବ ଗଚ୍ଛତି ।୧୧।

ଅପ୍ପମାଦରତୋ ଭିକ୍ଖୁୁ ପମାଦେ ଭୟଦସ୍ସିବା ।
ଅଭବ୍ବୋ ପରିହାନାୟ ନିବ୍ବାନସ୍ସେ'ବ ସନ୍ତିକେ ।୧୨।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

Thursday, June 15, 2023

Mirror

Chirashree Indrasingh

Translated by Sailen Routray


Pachycereus pringlei forest in Sonoran Desert, Sonora, Mexico
commons.wikimedia.org/ Tomas Castelazo

Wash your face off the mirror.
The scene on the other side will change.
 
On this side, are hills of sand.
On the other side, are fields of paddy,
and a blue river.
 
You wanted to hear a song?
Come, I’ll take you to a country without mirrors.
Then, every scene will sing a song.
And
you yourself will turn
into a scene singing a song.

Note: This poem is from the volume ‘Kebe kebe janha ratire’ published by Kitab Bhavan, Bhubaneswar in the year 2012. Chirashree Indrasingh (1966-present) is one of the foremost contemporary writers of fiction in Odia, as well as a formidable poet in her own right. She published her first book of Odia short stories, titled 'Bengabati katha' (Frog Woman’s Tale) in 1997. Since then she has published seven short story collections, two anthologies of poems, and a couple of novellas. 'Utiani Sanja,' 'Aanka Banka Naee,' 'Bidambana,' and 'Sua' are some of her notable works. She is the recipient of Bhubaneswar Book Fair Award, Kanheilal Award, Subrata Rath Memorial Award, and a Fellowship from the Department of Culture, Government of India, amongst others. She teaches Political science at U.N. (Autonomous) College, Adashpur, Odisha. 

Thursday, June 8, 2023

କଙ୍କି

ଶୈଲେନ ରାଉତରାୟ


୧୮୫୦ରେ ପ୍ରକାଶିତ ଭୁବନେଶ୍ୱରର ଏକ ଚିତ୍ର
ଉତ୍ସ - ଆମୋସ ସଟନଙ୍କର ବହି 'ଓଡ଼ିଶା ଆଣ୍ଡ ଇଟ୍ସ୍ ଏଭାଞ୍ଜେଲାଇଜେସନ୍'
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କଲେଜରୁ ଫେରିଲା ବେଳକୁ ଆମ ଗାଡ଼ି – ମୋ ସ୍ପେକ୍ଟ୍ରା ଆଉ ତା’ ସ୍କୁଟି – ମନକୁମନ ମୋଡ଼ି ହେଇଗଲା ଭିନସ୍ ଇନ୍ ଗଳିକୁ । ଆମର ଯିବାର ଥିଲା ପୁରୁଣା ବସ ଷ୍ଟାଣ୍ଡ ପତ୍ରିକା ପାଇଁ । ଗାଡ଼ି ବାପୁଜି ନଗରରେ କେମିତି ପହଞ୍ଚିଲା କେଜାଣି !

ଦୁଇଜଣଯାକ ଏ. କେ. ମିଶ୍ର ଆଗରେ ଗାଡ଼ି ରଖିଲୁ । ଉପସ୍ଥାନ ପକାଇବା ପାଇଁ ପାଞ୍ଚ ମିନିଟ ବହି ଦୋକାନରେ ମୁହଁ ମାରିଲୁ । ସେ ଅର୍ଡ଼ର ଦେଇଥିବା ଲେଗୁଇ କାଜାମିଆ ଆସି ନଥିଲା, ଆସି ବି ନଥିଲା ମୁଁ ମଗେଇଥିବା ‘ରେଜ୍ ହାଏ ଦି ରୁଫ୍‌ବିମ୍ସ୍ କାର୍ପେଣ୍ଟର୍ସ୍’ ।

ମୁଁ ଭିନସ୍ ଇନ୍ ଆଡ଼କୁ ମୁହେଇଁବାରୁ ସେ କହିଲା ଯେ, “ମୁଁ ପନିର ଦୋସା ଖାଇପାରିବିନି ଆଉ” । ତହିଁକି ମୋର ଉତ୍ତର ହେଲା, “ମୋର ଖଟ୍ଟାମିଠାର ଛୋଲେ ଭଟୁରେ ପାଇଁ ମୁଡ଼ ନାହିଁ” ।

ଡିସେମ୍ବର ସନ୍ଧ୍ୟା । ସୂର୍ଯ୍ୟ ଦିଗ୍‌ବଳୟ ଉପରେ । ସେ ପର୍ଯ୍ୟନ୍ତ ଜଗନ୍ନାଥର ବିନା ପିଆଜ ରସୁଣ ଅବତାର ଆରମ୍ଭ ହୋଇନଥାଏ । ଠିକ୍ ସେଇ ସମୟରେ ରଞ୍ଜନ ବୋଧହୁଏ ସିଙ୍ଗଡ଼ା କାଢ଼ି ପ୍ରଥମ ଭାରି ବରା ତେଲରେ ପକାଇଲା ।

ଯେମିତି ଆମ ଗାଡ଼ି ମନକୁ ମନ ମୋଡ଼ି ହେଇଯାଇଥିଲା ବାପୁଜି ନଗରକୁ, ସେମିତି ଆମ ପାଦ ଆପେ ଆପେ ଚାଲିଲା ଜଗନ୍ନାଥ ଆଡ଼କୁ । ଆମକୁ ଦେଖି ରଞ୍ଜନ କିଛି ନ ପଚାରି ଗୋଟିଏ ଦନାରେ ଚାରୋଟି ଟଙ୍କିକିଆ ସିଙ୍ଗଡ଼ା ଦେଇଦେଲା । ଆମେ ସୁସା ହୋଇ ଡହଡହ ତତଲା ସିଙ୍ଗଡ଼ା ଖାଇ ସାରୁସାରୁ ଦୁଇ ଦୁଇଟା ଟଙ୍କିକିଆ ବରା ମୋ’ ପାଇଁ ସିଙ୍ଗଡ଼ା ଦନାରେ ଦେଲା, ଆଉ ତା’ ପାଇଁ ନୂଆଟାଏରେ ।

ଖାଇ ସାରି, ଟଙ୍କା ଦେଇ ଫେରି ଗାଡ଼ି ଷ୍ଟାର୍ଟ କଲାବେଳକୁ ସେ ମୋତେ ଆମର ଚିରାଚରିତ ପ୍ରଶ୍ନ ପଚାରିଲା, “ଆଜି ବରା ଭଲ ଲାଗିଲା ନା ସିଙ୍ଗଡ଼ା” । ମୁଁ ମୋ’ ସାର୍ଟ୍‌ର ହାତର ଫୋଲ୍ଡ଼କୁ ଆଉ ଥରେ ଭଲକରି ମୋଡ଼ି ଦେଇ କହିଲି, “ତୁ” । 

ସେ, “ତୋ’ ଭଳିଆ ଛତରା ଆଉ କେହି ନାହିଁ” ବୋଲି କହି ଗାଡ଼ି ଷ୍ଟାର୍ଟ କଲା ଆଉ ଉଡ଼ିଗଲା ଭୁବନେଶ୍ୱରର ଅଦିନିଆ ଝଡ଼ର କଙ୍କି ଭଳି । ପଛରେ ଓନିର ଦୁଇ କାନି ଥିଲା ସେଇ କଙ୍କିର ଡେଣା । 

Thursday, June 1, 2023

The Lions' Gate of Lingaraj Temple: Two Views

Ramakanta Samantaray and Sailen Routray


Below are two images of the Lions' Gate of Lingaraj Temple in Bhubaneswar. 

The Lions' Gate of Lingaraj Temple (1868-69)
(Photo Credit -'Antiquities of Orissa', first published in 1875)

The image provided above has been taken from Volume I of 'Antiquities of Orissa' by Rajendra Lal Mitra (15 February 1822 – 26 July 1891), first published in 1875. But it is highly likely that it was created in the winter of 1868-69 when the fieldwork for the book was undertaken by Mitra in the then Orissa division of Bengal Presidency. The second volume of the book was published in 1880. This was the first exhaustive documentation of the architectural heritage of coastal Orissa. Rajendra Lal was the first Indologist of Indian origins, one of the first Indian masters of the modern discipline of history and a very competent amateur photographer.

The Lions' Gate of Lingaraj Temple (November 2018)
(Photo Credit - Ramahari Jena)

This second image (a photograph) captures the same space 150 years later, in November 2018. It was taken as part of a mixed media installation titled 'Outsiders' created in a first floor hall of 'Tarang Club' located on the Eastern bank of Bindusagar, a tank near Lingaraj Temple considered as holy by many Hindus. This installation was constructed by Ramahari Jena, Ramakanta Samantaray and Sailen Routray. 

Much had changed; much had remained the same. 

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...