There are no places to get lost in anymore
Sailen Routray
![]() |
| Photographic art based on pastel chalks Photo credit: Wikimedia Commons/Dietmar Rabich |
in the thin drizzle of your memories
![]() |
| Photographic art based on pastel chalks Photo credit: Wikimedia Commons/Dietmar Rabich |
| ରୋମୀୟ ସ୍ଟୟିକ ଦାର୍ଶନିକ ସେନେକା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
![]() |
| 'The arrival of the leave train' (1918) Oil painting by Bernard Meninsky (1891–1950) Photo credit: Wikimedia Commons |
![]() |
| ଷ୍ଟଇକ ଦାର୍ଶନିକ ଜିନୋଙ୍କର ମୂର୍ତ୍ତି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
![]() |
| Painting 'Chasing Butterflies' (2015) Oil on canvas, by Todd Williamson (1964-present) Photo credit: Wikimedia Commons/Todd Williamson |
![]() |
| କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ |
ପ୍ରଫୁଲ୍ଲ ବାବୁଙ୍କ ଖିଆ ସରି ଆସୁଥାଏ । ହାତ ମୁହଁ ତରବରରେ ଆଞ୍ଚେଇ ଦେଇ ସେ ବନ୍ଧୁଙ୍କୁ ଶଙ୍ଖୋଳିବାକୁ ବାହାରିଗଲେ । ଯାଇଁ ଦେଖିଲେ ତୃତୀୟ ଜଣକ ହେଉଛନ୍ତି ଜଣେ ଭଦ୍ରଲୋକ, ନାଁ ବିନୟ ଶଙ୍କର ରାୟ, ଘର ମକରବା ସାହି । କିଛି ଦିନ ଆଗରୁ ପ୍ରଫୁଲ୍ଲ ୟୁସୁଫ୍ଙ୍କୁ କଟକରେ ନିଜ ପାଇଁ ଜାଗା ଖଣ୍ଡେ ଯୋଗାଡ଼ କରିବା ବିଷୟରେ କହିଥା’ନ୍ତି । ସେତେବେଳକୁ କଟକକୁ ଆସି ପ୍ରଥମେ ଦୈନିକ ସମ୍ବାଦପତ୍ର ‘ଗଣତନ୍ତ୍ର’ ଓ ତାହା ପରେ ‘ସମାଜ’ରେ ସାମ୍ବାଦିକତାର ବୃତ୍ତି ଆଦରି ନେବାର ଦଶ ବର୍ଷ ହୋଇଗଲାଣି ।
ପ୍ରଫୁଲ୍ଲ ୧୯୬୧ ମସିହାରେ ସରକାରୀ ଚାକିରୀ ଛାଡ଼ି ସାମ୍ବାଦିକ ବନିଲେ । ତାହା ପରଠାରୁ ଭ୍ରାମ୍ୟମାଣ ଜୀବନକୁ ଛାଡ଼ି କଟକକୁ ଆରେଇ କରି ବସା ବାନ୍ଧିଲେ । ୧୯୬୦ ମସିହାରେ ଛତ୍ରପୁରରେ ସାମାଜିକ ଶିକ୍ଷା ସଙ୍ଗଠକ ଭାବେ ଓଡ଼ିଶା ସରକାରଙ୍କ ପାଇଁ କାମ କରୁଥିବା ସମୟରେ, ଇତିହାସରେ ଏମ୍.ଏ. ଦେବହୁତୀ ବକ୍ସିଙ୍କ ସହ ତାଙ୍କର ବାହାଘର ହୋଇ ସାରିଥିଲା । କଟକ ଆସିଲା ପରେ ପ୍ରଫୁଲ୍ଲ ସମାଜରେ କାମ କଲେ ଆଉ ଦେବହୁତୀ ବରିନେଲେ କେମ୍ବ୍ରିଜ୍ ସ୍କୁଲରେ ଶିକ୍ଷୟତ୍ରୀର ଜୀବନ । ୧୯୬୫ରେ ଝିଅ ସସ୍ମିତା ଓ ୧୯୬୯ରେ ପୁଅ ସୌମିତ୍ର ଙ୍କର ଜନ୍ମ ହେଲା ।
ଅର୍ଥାତ୍, ସତୁରୀ ଦଶକର ଆରମ୍ଭ ବେଳକୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ଗୋବରା ଗ୍ରାମରେ ୧୯୩୩ ମସିହାରେ ଜନ୍ମିତ ପ୍ରଫୁଲ୍ଲଙ୍କର, ତଥା ତାଙ୍କ ପରିବାରର, କଟକରେ ଚେର ବହୁତ ଭଲ ଭାବରେ ଲାଗିଯାଇଥାଏ । ହେଲେ ସେମାନେ ଅନ୍ୟ ଅନେକ ନୂଆ କଟକିଆଙ୍କ ଭଳି ରହୁଥା’ନ୍ତି ଭଡ଼ାରେ ନିଆଯାଇଥିବା ବସା ଘରେ । ତାଙ୍କ ବାପା, ଗଞ୍ଜାମର ଗାନ୍ଧୀ ଭାବରେ ପରିଚିତ ସ୍ୱାଧୀନତା ସଙ୍ଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକ, ଗୋବରା ଗାଁ’ ଓ ଭଞ୍ଜନଗର ଟାଉନରେ ପୈତୃକ ଘରବାଡ଼ି ବିକିରି କରିଦେଇଥା’ନ୍ତି । ଏଣୁ ପିଲାମାନେ ବଡ଼ ହୋଇସାରିଲା ବେଳକୁ, ଚାକିରୀବାକିରି ସଇଲା ପରେ, ଗଞ୍ଜାମକୁ ଘରବାହୁଡ଼ାର ସମ୍ଭାବନା ମଧ୍ୟ ଥିଲା କ୍ଷୀଣ ।
ଏଣୁ ନିଷ୍ପତ୍ତି ନିଆଗଲା, କଟକରେ ଜାଗା ଖଣ୍ଡିଏ କିଣି ଘର ତିଆରି କରାଯିବ । ହେଲେ ଦଇବ ବ୍ୟତିରେକ ଘର, ଜମି କିଣା ଓ ଘରତିଆରିର ଅସଲ ମଞ୍ଜ କଥାଟି ହେଲା, ଠନ୍ଠନାଠନ୍ ରୁପିଆ, ମାନେ ଟଙ୍କା । ଷାଠିଏ ଦଶକର ସାମ୍ବାଦିକ ଚାକିରିର ଦରମାରେ ପ୍ରଫୁଲ୍ଲ କିଛି ବି ଅର୍ଥ ସଞ୍ଚୟ କରିପାରିନଥିଲେ । ସ୍ତ୍ରୀ ଦେବହୁତୀ ନିଜ ବୁଦ୍ଧିରେ ଶିକ୍ଷୟତ୍ରୀର ଦରମାରେ ବି ସେତେବେଳକୁ ତିନି ହଜାର ଟଙ୍କା ଡାକଘରେ ଜମା କରିସାରିଥିଲେ । ପାଠକେ ଅବଧାନ କରିବା ହେବେ କି, ୧୯୭୧ ମସିହାରେ ସୁନା ଭରିକର ଦାମ ୧୯୦ଟଙ୍କା ପାଖାପାଖି ଥିଲା । ଅର୍ଥାତ୍ ତିନି ହଜାର ଟଙ୍କାକୁ ଧରି ଘର ତୋଳିବାଟା ଦିବାସ୍ୱପ୍ନ ହେଲେ ବି, ସେହି ପରିମାଣର ଅର୍ଥ ଜାଗା ଖଣ୍ଡିଏ କିଣିବା ପାଇଁ କିଛି ଅଳପ ନଥିଲା ।
ଏଣୁ ଜାଗା ଖୋଜା ଚାଲିଥାଏ । ହେଲେ ଦୁଇଟି ସ୍ଥାନରେ ଠିକଣା ହୋଇ, ପ୍ରଫୁଲ୍ଲ ଅଗ୍ରୀମ ଦେଇସାରି ମଧ୍ୟ, ଶେଷ ସମୟରେ ପରିସ୍ଥିତିର ଦାୟରେ କଥାବାର୍ତ୍ତା ଓଲଟି ପଡ଼ି ଅର୍ଥ ଫେରସ୍ତ ଆଣିଲେ । ଶେଷକୁ ବକ୍ସିବଜାରର ନୂଆମାର୍କେଟରେ ବସୁଥିବା ଆଠଗଡ଼ ଅଞ୍ଚଳରୁ ଆସୁଥିବା ଜଣେ ଜ୍ୟୋତିଷଙ୍କର ପରାମର୍ଶ ନିଆଗଲା । ପ୍ରଫୁଲ୍ଲଙ୍କର ବସ୍ ସମାଜର ସମ୍ପାଦକ ରାଧାନାଥ ରଥଙ୍କର ପଣ୍ଡିତଜଣଙ୍କ ଥିଲେ ପ୍ରିୟପାତ୍ର ।
ସମସ୍ୟା ଶୁଣିବା ପରେ ଜ୍ୟୋତିଷ ତାଙ୍କୁ ଗୋଟିଏ ପୁଷ୍ପ, ଏକ ସଙ୍ଖ୍ୟା ଓ ଜଣେ ଦିଅଁଙ୍କ ନାମ କହିବା ପାଇଁ କହିଲେ । ପ୍ରଫୁଲ୍ଲ ବାବୁଙ୍କ ଉତ୍ତର ପାଇଲା ପରେ, କାଗଜରେ କଲମ ଚାଳନା କରି ସେ କହିଲେ କି, ଜମିଜମା ମାମଲାରେ ପରିବାରଟିର ଭାଗ୍ୟରବି ଖିୁବ୍ ଜଲଦି ଉଦୟ ହେବାକୁ ଯାଉଚି; କଟକର ଠିକ୍ ମଝାମଝି ଜମି ତ ମିଳିବ, ତାହା ସହିତ ଘର ଖଣ୍ଡିଏ ବି ସଞ୍ଜୁକ୍ତ ଥିବାର ଦଇବଯୋଗ ଅଛି । ଏଇ କଥାକୁ ତାଙ୍କ ପରିବାରରେ କେହି ମଧ୍ୟ ପରତେ ଗଲେ ନାହିଁ । ସଭିଏଁ ମନ କଥା ମନରେ ମାରି ରହିଲେ ।
ଏହି ଭଳି ପରିବେଶରେ ସୁଦଶା ବ୍ରତ ଦିନ ଆସି ପହଞ୍ଚିଲେ ୟୁସୁଫ୍ ବାବୁ ଓ ତାଙ୍କ ସହିତ ବିନୟ ଶଙ୍କର ରାୟ । ବିନୟ ବାବୁଙ୍କର ମକରବା ସାହିରେ ଥାଏ ଆମ୍ବ, ନାରିକେଳ ଓ କଇଁଥ ଆଦି ବୃକ୍ଷ ସୁଶୋଭିତ ଏକ ଜମିରେ, ଗୋଟେ କ୍ଷୁଦ୍ର ଜଳାଶୟ ସଂଲଗ୍ନ ଆଜବେଷ୍ଟସ ଛାତ ଥିବା, ଦୁଇ ବଖୁରିଆ ଘରଟିଏ । ସେ ନିଜ କନ୍ୟା ଓ ଜାମାତାଙ୍କୁ ବିଦେଶ ପଠାଇବା ପାଇଁ ତୁରନ୍ତ କିଛି ଅର୍ଥ ଆବଶ୍ୟକ କରୁଥା’ନ୍ତି । ସେଥି ନିମନ୍ତେ ଚାଲିଥାଏ ମକରବା ପଡ଼ାସ୍ଥ ଜମି ଓ ଘର ବିକ୍ରି କରିବାର ଉପକ୍ରମ । କଥାବାର୍ତ୍ତା ଛିଡ଼ିଲା ଏଗାର ହଜାର ଟଙ୍କାରେ । ତିନି ହଜାର ଟଙ୍କା ଅଗ୍ରୀମ । ବାକି ଟଙ୍କା ରେଜେଷ୍ଟ୍ରି ସମୟରେ, ମାସକ ପରେ, ଦିଆଯିବାର କଥା ହୋଇ ଲେଖାପଢ଼ା ହେଲା ।
ହେଲେ ଘରମାଲିକ ଅଗ୍ରୀମ ନେବାର ଦୁଇ ଦିନ ପରେ ଆଉ ହଜାରେ ଟଙ୍କା ମାଗିଲେ । ସେହି ଅର୍ଥକୁ ପ୍ରଫୁଲ୍ଲ ବାବୁ ଦେବହୁତୀଙ୍କର ବାପାଙ୍କ ଠାରୁ ଧାର ଆଣି ଦେଲେ । ବିଲେଇ କପାଳକୁ ଶିକା ଛିଡ଼ିଲା ପରି ଏହି ଘଟଣାର ମାତ୍ର ସାତ ଦିନ ପରେ, ତାଙ୍କ ଶଶୁରଙ୍କୁ ଭୁବନେଶ୍ୱରରେ ଘର ତିଆରି କରିବା ପାଇଁ ସାତ ହଜାର ଟଙ୍କା ୠଣ ମିଳିଲା । ଏହି ଟଙ୍କାକୁ ଧାର ନେଇ, ବିନୟ ବାବୁଙ୍କୁ ବାକି ଚୁକ୍ତି ଅର୍ଥ ଦେଇ, ଜମି ବିକ୍ରି ପଞ୍ଜିକରଣ ପାଇଁ ଦରକାରି ଅର୍ଥ ଯୋଗାଡ଼ କରି, ଯଥାଶୀଘ୍ର ଜମି ଓ ଘର ନିଜ ନାମରେ ରେଜେଷ୍ଟ୍ରି କରିଦିଆଗଲା ।
ଯେଉଁ ଦିନ ଗୃହପ୍ରବେଶ ପୂଜା କରି ତାଙ୍କ ପରିବାର ଘରେ ପଶିଲେ, ସେହି ରାତିରେ ଏକ ପ୍ରବଳ ବାତ୍ୟା ହେଲା । ବାଡ଼ିର ଗୋଟିଏ ବଡ଼ ଆମ୍ବ ଓ କଇଁଥ ଗଛ ଉପୁଡ଼ି ପଡ଼ିଲା । ହେଲେ ଘରର କି ପରିବାରର ଲୋକଙ୍କର କିଛି କ୍ଷତି ହେଲା ନାହିଁ । ବାତ୍ୟାରୁ ଉବୁରି ସେହି ଜମିରେ ବାଇଗଣ, ପାତାଲ୍ଘଁଟା, ଶିମ୍ବ ଓ କାକୁଡ଼ି ଆଦି ପନିପରିବାର ଚାଷ ଆରମ୍ଭ ହେଲା, ନୂଆ ରୋଷେଇ ଘରେ ବ୍ୟବହାର ପାଇଁ । ବଢ଼ୁଥିବା ପିଲାଙ୍କ ପାଇଁ ଘରଟି ଛୋଟ ପଡ଼ିବାରୁ ଘର ଚାରିପଟେ ଥିବା ଜାଗାରେ ଆଉ ଗୋଟିଏ ଘର ତିଆରି କରିବାର ଚେଷ୍ଟା ଆରମ୍ଭ ହେଲା । ଏଥିରେ ସହାୟ ହେଲେ ସ୍ତ୍ରୀଙ୍କ ବିଦ୍ୟାଳୟରେ କାର୍ଯ୍ୟରତ ରାଜମିସ୍ତ୍ରୀ ରତନା ।
ନଗରପାଳିକା ଓ କଟକ ବିକାଶ ପ୍ରାଧିକରଣ (ସିଡିଏ) ଙ୍କ ଠାରୁ ଯୋଜନା ମଞ୍ଜୁର କରାଗଲା । ପ୍ରଫୁଲ୍ଲ ଓ ଦେବହୁତୀଙ୍କ ଦରମାରୁ ଧିରେଧିରେ ଅର୍ଥ ସଞ୍ଚୟ କରି ସେଥିରେ ଚାରିବଖୁରିଆ, ପକ୍କା, ଶୂନ ଛାତର ନୂଆ ଘରଟିଏ ତିଆରି ହେଲା । ୧୯୮୧ ମସିହାରେ ଗୃହନିର୍ମାଣ ସରିଲା । ଛୋଟ ପରିବାରଟି ବଡ଼ ଘରଟିକୁ ଉଠି ଯାଇ, ପୁରୁଣା ତଥା ଛୋଟିଆ ବସାଟି ଭଡ଼ା ଲଗାଇଦେଲେ । ଯାହା ଦିନେ ସ୍ୱପ୍ନ ପରି ଲାଗୁଥିଲା, ତାହା ଏବେ ସତ ହେଲା ।
ବି. ଦ୍ର. - ଏହି ଲେଖାଟିର ଉପାଦାନ ୨୦୧୫ ମସିହାରେ ପ୍ରକାଶିତ ସାମ୍ବାଦିକ ଓ ଲେଖକ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କର ଆତ୍ମଜୀବନୀ ‘ଏଇ ମୋ ଜୀବନ’ରୁ ନିଆଯାଇଚି । ବହିଟିର ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ସଂସ୍ଥା ବିଶ୍ୱମୁକ୍ତି । ବହିଟିର ପ୍ରଚ୍ଛଦପଟ ଆଙ୍କିଛନ୍ତି ଓ ମୁଖବନ୍ଧ ଲେଖିଚନ୍ତି ଦିନନାଥ ପାଠୀ । ବହିଟିର ପ୍ରାକ୍କଥନରେ ଲେଖକ ଗ୍ରନ୍ଥଟିର ମୁଦ୍ରଣ ଖର୍ଚ୍ଚ ତୁଲାଇଥିବାରୁ ନିଜର ପୁତ୍ର ସୌମିତ୍ର ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଚନ୍ତି । ଏହି କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା ।
![]() |
| Paining titled: 'Composition VIII (The Cow)' Painter: Theo van Doesburg (1883–1931) Photo credit: Wikimedia Commons |
![]() |
| ପ୍ରଜ୍ଞା ପାରମିତା କେନ୍ଦ୍ରରେ ଥାଇ ବୌଦ୍ଧ ମଣ୍ଡଳ (୧୯ଶ ଶତାବ୍ଦୀ) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
![]() |
| A Japanese teapot made out of iron, viewed from above Photo credit: Wikimedia Commons/Agon S. Buchholz |
The largest
of the three trees has a thin foliage, but the ground underneath is always
shaded. Right now it is eleven in the forenoon of a hot Baisakha day. I can see
a bull standing absolutely still underneath. When I visited the tree last, on
some other summer day, I saw a couple of dogs sprawled on the ground, near its
trunk, panting as they are wont to do.
Is this
tree’s purpose to provide shade to stray animals and people? Not really. It
does provide shade and many other things besides, all of which are beneficial
to some creature or the other. But is that the tree’s purpose? Perhaps the only
purpose we can attribute to this tree is to live, which it does no matter
what. It is perhaps safe to say that the tree does not have a
purpose.
Do I have a
purpose? I have spent a lot of time in my life with soul searching,
explorations, and intense seeking to figure out my purpose. I have met and
experienced some interesting people, ideas, books, places, heartburn, and
happiness in the process. But have I found my purpose? No.
What if the
differences I posit between the tree and me, with respect to this idea of
having a purpose, are not tenable at all? What if I am like the tree. What if I
do not have a purpose?
Then I am
just free to do whatever I want to do from moment to moment, like the tree. But
am I able to exercise that freedom? Alas, no! There is social conditioning that
forces me to think that I must have a purpose. And then I become guilty about
seeking purpose as a matter of habit, despite intellectually understanding that
I do not need to have any purpose to earn the right to exist.
This has
the possibility of turning into an infinite loop. There seems to be only one
way out of it. It is this—to cognize that the purpose of human life is to
realize that we don’t have any purpose and to strive to make that realization
not a matter of intellectual understanding but of everyday living.
Paradoxical? Welcome to real life!
Note: You may want to explore a poem that plays with the idea of meaning titled 'Some things I Have Been Meaning to Tell You Or The Bhubaneswar Love Song' and a reflective piece titled 'Manual for Making a Chariot' that shows how the magical is often embedded within ordinary memories.
Tags: meaning of life essay, purpose in life reflection, philosophy of purpose, personal reflection essay, life and meaning writing
Keywords: purpose, life meaning, self and society, essay reflection on life
ଲେଖକ, ସଙ୍କଳକ ଓ ଯନ୍ତ୍ରୀ ଶ୍ରୀ ଗୋବର୍ଦ୍ଧନ
ଦୋରାଙ୍କର ଘର ନୟାଗଡ଼ ଜିଲ୍ଲାର ବଡ଼ଗୋରଡ଼ା ଗ୍ରାମରେ । ଗାଆଁଟିରେ ଚଷା, ଗୁଡ଼ିଆ, ଗଉଡ଼, କରଣ, ସୁନାରି, ପାଣ, ଧୋବା ଓ ଖଦାଳ ଇତ୍ୟାଦି ନାନା ଜାତିର
ଲୋକ ଅଛନ୍ତି । ଦୋରା ବାବୁଙ୍କର ଜନ୍ମ ୧୯୩୯ ମସିହାରେ । ଜାତିରେ ତେଲେଗୁ ନାଇଡ଼ୁ । ସେ ଶିଶୁ
ଶ୍ରେଣୀରେ ୧୯୪୫ ମସିହାରେ ଆଙ୍ଗିସିଙ୍ଗିରେ ଥିବା ବଡ଼ଗୋରଡ଼ା ଶିଶୁ ବିଦ୍ୟାଳୟକୁ ଯିବାକୁ ଆରମ୍ଭ
କରନ୍ତି । ତାହା ପରେ ଯାଆନ୍ତି ସାନଗୋରଡ଼ା ଇସ୍କୁଲୁକୁ, ତତ୍ପରେ ଶିଖରପୁର ମାଇନର ସ୍କୁଲୁ, ଓ ସବା ଶେଷରେ ଶରଣକୂଳ ହାଇସ୍କୁଲୁ ।
ସେତେବେଳେ ଇସ୍କୁଲୁମାନଙ୍କରେ ଛୁଆଁଅଛୁଆଁ ଭାବ ପ୍ରବଳ । ପିଲାମାନେ ଜାତି ଭିତ୍ତିରେ ଅଲଗା ଅଲଗା ବସନ୍ତି । ବ୍ରାହ୍ଣଣ ପିଲାଏ ବସିବା ପାଇଁ ତାଳପତ୍ରରେ ପ୍ରସ୍ତୁତ ଛପା ଆଣୁଥିଲେ । ଗୋବର୍ଦ୍ଧନ ବାବୁ ବାଉଁଶ ତିଆରି ଛପା ନେଇ ଇସ୍କୁଲୁ ଯାଉଥିଲେ । ଏହି ଛପା ଧୁଷୁମା ଗାଁର ହାଡ଼ି ଜାତିର ଲୋକମାନେ ତିଆରି କରୁଥିଲେ । ଏହା ସେମାନଙ୍କର ଜୀବିକା ନିର୍ବାହର ଏକ ସାଧନ ଥିଲା । ଛୁଆଁଅଛୁଆଁ ଭାବ ଶିକ୍ଷକମାନଙ୍କ ମଧ୍ୟରେ ବି ଥିଲା । ସ୍ୱାଧିନତା ଆଖପାଖର ଏହି ସମୟରେ ନୟାଗଡ଼ ଜିଲ୍ଲାର ଇସ୍କୁଲମାନଙ୍କରେ, ଦଳିତ ପିଲାମାନଙ୍କୁ (ଅନ୍ୟ ଅଞ୍ଚଳମାନଙ୍କ ପରି) ହାତରେ ନମାରି, କିମ୍ବା ସିଧାସଳଖ ବେତରେ ନମାରି, ବେତ ଫୋପାଡ଼ି ମାଡ଼ ମରାଯାଉଥିଲା ।
ଗୋବର୍ଦ୍ଧନବାବୁଙ୍କ ଦେଖିବାରେ ଶ୍ରୀ ବନ ସେଠୀ ଓ ତାଙ୍କର ସାନଭାଇ ଶ୍ରୀ କହ୍ନେଇ ସେଠୀ ଧୋବା ଭାବରେ ଗାଁ’ରେ ଖଟୁଥିଲେ । ଏଥି ପାଇଁ ସେମାନେ ପ୍ରତି ପରିବାରଠାରୁ ବାର୍ଷିକ କିଛି ନିର୍ଦ୍ଦିଷ୍ଟ ପରିମାଣରେ ବର୍ତ୍ତନ ପାଉଥିଲେ । ପ୍ରଥାଟିର ପ୍ରଚଳନ ଏବେ ମଧ୍ୟ ଅଛି ଓ ଧୋବା ଜାତିର ଲୋକମାନେ ତାଙ୍କ କାମ ପାଇଁ ପରିବାର ପିଛା ଚାରି ନଉତି ଲେଖାଏଁ ନେଉଚନ୍ତି ।
ବେଳେବେଳେ ଲୁଗା ସିଝାଇବାକୁ କାଠ ମିଳେନାହିଁ । ତ, ଧୋବାମାନେ ମଶାଣିରୁ ଦରପୋଡ଼ା କାଠ ଆଣନ୍ତି । ପୋଡ଼ି, ଲୁଗା ସିଝାଇବା କାମରେ ବ୍ୟବହାର କରନ୍ତି । କେହି ଲୋକ ଖରାପ ହୋଇଗଲେ ମାଲଭାଇ ଭାବରେ ମଧ୍ୟ ଧୋବାମାନେ ଶବ ଶୋଭାଯାତ୍ରା ସହିତ ମଶାଣି ଯାଉଥିଲେ । ପିଲା ପେଟରେ ଥାଇ ମାଆ ମରିଗଲେ, ସ୍ତ୍ରୀଲୋକଟିର ପେଟ ଚିରି, ମଲା ପିଲାଟିକୁ ବାହାର କରି ତାହାର ଶବଦାହ କରିବାର ଦାୟିତ୍ତ୍ୱ ମଧ୍ୟ ଧୋବାମାନଙ୍କର ଥିଲା । ମୁର୍ତିଖିଆର ଦଶଦିନ କର୍ମ ପାଇଁ ଧୋବା ଜାତିର ସ୍ତ୍ରୀ ଓ ପୁରୁଷ ମାନଙ୍କୁ ଲୁଗାପଟା ମିଳୁଥିଲା ।
ଦୋରା ବାବୁଙ୍କ ପିଲାଦିନେ ଗାଁ’ର ଦକ୍ଷିଣ-ପଶ୍ଚିମ ଦିଗରେ ଏକ ଖଦାଳ ସାହି ଥିଲା । ଏଥିରେ ଛଅଟି ପରିବାର ବସବାସ କରୁଥିଲେ । ଏ ସମସ୍ତ ପରିବାରମାନଙ୍କର ସାଙ୍ଗିଆ ଭୋଇ ଥିଲା । ସେମାନେ ସେତେବେଳେ ଅଛୁଆଁ ଭାବରେ ଗଣ୍ୟ ଥିଲେ । ତା’ଙ୍କୁ କେହି ଛୁଉଁ ନଥିଲେ । ମାତ୍ର ବାହାଘର ବେଳେ ଖଦାଳମାନେ ହିଁ ପାଲିଙ୍କି ବାହକ ଭାବରେ କାମ କରୁଥିଲେ ।
ଏହି ଖଦାଳ ଜାତିର ଲୋକମାନଙ୍କର ନିଜର ଅଳପ କିଛି ଜମିବାଡ଼ି ଥିଲା । କିଛି ଜମି ଭାଗରେ ଧରି ମଧ୍ୟ ଚାଷ କରୁଥିଲେ । ଅତି ନିରିମାଖି ଖଦାଳମାନେ ପର ଘରେ ହଳିଆ ରହୁଥିଲେ, ନହେଲେ ମୂଲ ଲାଗି ଚଳୁଥିଲେ । ଏବେ ଅବଶ୍ୟ ଗାଁରୁ ହଳିଆ ପ୍ରଥା ଉଠିଗଲାଣି । ଖଦାଳମାନେ ମାଛ ମାରି ବିକ୍ରି ମଧ୍ୟ କରୁଥିଲେ । ଏହା ଛଡ଼ା କୁକୁଡ଼ା ପାଳି, ପକ୍ଷୀ ଓ ଅଣ୍ଡା, ଉଭୟ ବିକିରି କରୁଥିଲେ । ଆଗରୁ ହାଟବଜାରରେ ଅଣ୍ଡା ଓ କୁକୁଡ଼ା ମିଳୁ ନଥିଲା । ଖଦାଳମାନେ ହିଁ କୁକୁଡ଼ା ଆଦି ପାଳି ଯୋଗାଉଥିଲେ ।
ବଡ଼ଗୋରଡ଼ା ଗାଆଁରେ ପାଣ ଜାତିର ଗୋଟିଏ ମାତ୍ର ପରିବାର ରହୁଥିଲେ । ଏହି ଘରୁ ଗାଁର ଚଉକିଦାର ଥିଲେ, ଶ୍ରୀ ଲୋକନାଥ ନାୟକ । ତା’ଙ୍କୁ ଚଉକିଦାରି କରିବା ପାଇଁ ଚାରି ମାଣ ଜମି ମିଳିଥିଲା । ସପ୍ତାହକୁ ଥରେ ସେ ଶରଣକୂଳ ଥାନାରେ ହାଜର ହୁଅନ୍ତି । ଜନ୍ମ, ମୃତ୍ୟୁ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖବର ଥାନାବାଲାଙ୍କୁ ଦିଅନ୍ତି । ଚାରି ମାଣ ଜମି କିଛି କମ ନୁହେଁ । ମାତ୍ର ସେମାନଙ୍କର ଚଳଣି ସେତେବେଳେ ବିଶେଷ ଭଲ ନଥିଲା ।
ଏହାର କାରଣ ହେଲା ଯେ ପାଣମାନେ ଜାତିରେ ଅଛୁଆଁ ଥିଲେ । ତାଙ୍କ ଜମିରେ ଗାଁର ଅନ୍ୟ ଜାତିର ଲୋକେ ଖଟି ଆସନ୍ତି ନାହିଁ । ତାଙ୍କ ବିଲମାନଙ୍କରେ ଅନ୍ୟ ଗାଁ’ରେ ରହୁଥିବା ତାଙ୍କର ଜାତିଭାଇମାନେ ହିଁ ଖଟି ଆସନ୍ତି । ମାତ୍ର ସେମାନେ ନିଜର ବିଲବାଡ଼ି ଓ ନାନାଦି ଅନ୍ୟ କାମ ସାରି ଲୋକନାଥ ବାବୁଙ୍କ ବିଲରେ କାମ କରି ଆସିଲା ବେଳକୁ ଠିକଣା ସମୟ ଗଡ଼ିଯାଇଥାଏ । ବେଟାଇମିଆ ଚାଷ ଯୋଗୁଁ ଅମଳ କମ ହୁଏ । ଅମଳ କମ ହେବାର ଅନ୍ୟ କାରଣ ହେଲା ଜଳସେଚନର ଅଭାବ ।
ଏହି ସବୁ ଅଭାବ ଅସୁବିଧା ଭିତରେ ଲୋକନାଥ ବାବୁଙ୍କ ଗୋଟିଏ ବୋଲି ପୁଅ ଦଣ୍ଡଧର ବୃତ୍ତି ପାଇ ପାଠ ପଢ଼ି ମାଇନର ସ୍କୁଲ ଶିକ୍ଷକ ହେଲେ । ଉଣେଇଶି ଶହ ଷାଠିଏ ମସିହାରେ ଲୋକନାଥ ବାବୁ ହାର୍ଣ୍ଣିଆରେ ଚାଲିଗଲେ । ପୁଅ ସରକାରି ଚାକିରିଆ ହୋଇଥିବାରୁ ଚଉକିଦାରିରେ ବାହାଲ ହୋଇପାରିଲେ ନାହିଁ ।
ଏଣୁ ଜୁଆଇଁ
କାଶୀ ଗାଆଁରେ ଚଉକିଆ ହେଲେ । ୧୯୬୫ ମସିହାରେ ଚଉକିଦାରି ଉଠିଯିବାରୁ ଏଥିକୁ ଥିବା ଗାଁ’ର ସବୁ ଭୋଗଦଖଲ ଜମି କାଶୀବାବୁଙ୍କ ନାମରେ
ହେଲା । ମାତ୍ର ଥରେ ଏହି ପାଣ ଜାତିର ଘରକୁ ଗାଆଁ ଲୋକେ ଜରିମାନା କରିବାରୁ ଏମାନେ ଅତିଷ୍ଠ ହୋଇ
ଗୋତିରିଡ଼ାକୁ ଉଠିଗଲେ ଓ ବଡ଼ଗୋରଡ଼ାରେ ଥିବା ନିଜର ଜମିଜମା ବିକ୍ରିବଟା କରିଦେଲେ । ଦଣ୍ଡଧର
ବାବୁ ଅବସର ନେଲା ପରେ କଟକ ମହାନଦୀ ବିହାରରେ ବସା ବାନ୍ଧି ରହିଲେ । ଏହି ପରି ଭାବରେ ଗାଁ’ରୁ ପାଣ ଜାତିର ଚିହ୍ନା ଉଠିଗଲା ।
ଓଡ଼ିଶାର ଗ୍ରାମାଞ୍ଚଳରେ ପାଣ ଜାତିର ଲୋକମାନଙ୍କର (ଓ ବୃହତ୍ତର ଭାବରେ ଦଳିତ ଜନଗୋଷ୍ଠୀର) ଜୀବନଚର୍ଯ୍ୟାର ଇତିହାସରେ ଅନେକ ବିବିଧତା ସତ୍ତ୍ୱେ ଶୋଷଣ ଓ ଅତ୍ୟାଚାରର ଏକ ସମାନ ଅନୁଭୁତି ଆମେ ଦେଖିବାକୁ ପାଇବା । ସ୍ୱାଧୀନତା ପୂର୍ବର ଅବିଭକ୍ତ କଟକ ଜିଲ୍ଲାରେ ପାଣ ଜାତିର ଜୀବନ ଓ ଜୀବିକାର ଚିତ୍ର ଆମେ ମୋର ଦୁଇଟି ଲେଖା ସିଂହପୁରରେ ପାଠପଢ଼ା ଓ ନିଶାକର ବାବୁଙ୍କ ପିଲାଦିନ: ସିଂହପୁରରେ ଖିଆପିଆ ରୁ ପାଇପାରିବା । ଏକବିଂଶ ଶତାବ୍ଦୀର ଓଡ଼ିଶାରେ ପରିସ୍ଥିତି ବେଶି କିଛି ଭିନ୍ନ କି?
ଟୀକା: ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଲେଖାଟିର ଉପାଦାନ ଗୋବର୍ଦ୍ଧନ ଦୋରାଙ୍କର ଆତ୍ମଜୀବନୀ ‘ଛୋଟ ମୋର ଗାଁଟି’ରୁ ନିଆଯାଇଛି । ବହିଟିକୁ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ୨୦୦୯ ମସିହାରେ ପ୍ରକାଶିତ କରିଥିଲେ ।
![]() |
| ବୋର୍ବୋଦୁରର ୯ମ ଶତାବ୍ଦୀର ବୌଦ୍ଧ ମନ୍ଦିରର ମଣ୍ଡଳ ଆକାରର ଭିତ୍ତିଚିତ୍ର ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
![]() |
| Tulips by Mughal era artist Ustad Mansur Photo credit: Wikimedia Commons |
![]() |
| କଟକ ଜିଲ୍ଲାର ମୂଳବସନ୍ତ ନିକଟରେ ବିରୂପା ନଈ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଚିତ୍ତରଞ୍ଜନ କର |
ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ପୀତାମ୍ବର ପ୍ରଧାନ (ଡାକ ନାଁ କାଳିଆ) ଙ୍କ ଜନ୍ମ ସ୍ୱାଧୀନତା ପୂର୍ବର ଅବିଭକ୍ତ କଟକ ଜିଲ୍ଲାର କେରାଣ୍ଡିଆ ନଈ କୂଳର ବଳରାମପୁର ଗାଆଁର ଏକ ସମ୍ଭ୍ରାନ୍ତ ଖଣ୍ଡାୟତ ପରିବାରରେ । ଜେଜେଙ୍କର ଥିଲା ଚାରି ପାଞ୍ଚ ବାଟି ଜମି । ତାହା ସହିତ କିଛି ପାରିବାରିକ ମହାଜନି ବ୍ୟବସାୟ ବି ଥିଲା । ହେଲେ ଭାଇ ଭାଗ ହୋଇ ପୀତାମ୍ବରଙ୍କର ହେତୁ ହେଲା ବେଳକୁ ପରିବାରର ଅବସ୍ଥା ଦୁର୍ବଳ ନହେଲେ ହେଁ ଆଗର ସେ ଛଇଛଟକ ଆଉ ନଥିଲା ।
କାଳିଆଙ୍କ ଜନ୍ମ ୧୯୨୯ ମସିହାର କାର୍ତ୍ତିକ ପୂନେଇ ଦିନ । ତାଙ୍କ ଆଗରୁ ଦୁଇଟି ପୁଅ ଜନ୍ମ ହୋଇ ଆର ପାରିକୁ ଚାଲି ଯାଇଥିଲେ । ସେଥି ପାଇଁ ପିଲାଦିନେ ସେ ଗେହ୍ଲା ହୋଇ ଭାରି ଦୁଷ୍ଟ ହେଇଥା’ନ୍ତି । ଶେଷକୁ ଏମିତି ବିଛୁଆତିପଣ ବାହାରିଲା ଯେ, ତ୍ରାହିତ୍ରାହି ଡାକି ବାପା ତାଙ୍କୁ ନେଇ ଗାଁ ଚାଟଶାଳୀରେ ନାଁ ଲେଖାଇଦେଇ ଆସିଲେ । ଏଇ ଚାହାଳିଟି ପରେ ଅବଶ୍ୟ ଏକ ନିମ୍ନପ୍ରାଥମିକ ବିଦ୍ୟାଳୟରେ ପରିଣତ ହେଲା ।
ବଳରାମପୁରର ଏଇ ଚାହାଳିରେ ନାମ ଲେଖା ହେଲା ବେଳୁକୁ ଦାନପୁର ଗ୍ରାମର କୃଷ୍ଣଚନ୍ଦ୍ର ତ୍ରିପାଠୀ ସେଠି ହେଡ଼୍ ପଣ୍ଡିତ ଥିଲେ । ପରେ କାଳିଆଙ୍କ ବଡ଼ବାପା ପୁଅ ସେଠାରେ ଦ୍ୱିତୀୟ ପଣ୍ଡିତ ଭାବରେ ଯୋଗ ଦେଲେ । ଗାଁଟିରେ ବାଦବୁଦିଆରେ ଦିଇଟି ସ୍କୁଲ ଥାଏ । ପ୍ରଥମ ସ୍କୁଲଟିର ସମ୍ପାଦକ ଥାଆନ୍ତି ପୀତାମ୍ବରଙ୍କର ମଝିଆ ଜେଜେ । ଅନ୍ୟ ଇସ୍କୁଲଟି ପଛରେ ଉଦ୍ୟୋକ୍ତା ଭାବରେ ଥାଆନ୍ତି ସେଇ ଜେଜଙ୍କର ଶଶୁର ଘର । ପରେ ଅବଶ୍ୟ ଇସ୍କୁଲୁ ଦିଓଟି ମିଶି ଗୋଟିଏ ହେଲା । ଆଉ ଏଇ ନୂଆ ଶିକ୍ଷାନୁଷ୍ଠାନଟି ପାଇଁ ଗ୍ରାଣ୍ଟ୍ ମଧ୍ୟ ମିଳିଲା । ହେଡ଼୍ ପଣ୍ଡିତଙ୍କର ଦରମା ହେଲା ମାସକୁ ପାଞ୍ଚ ଟଙ୍କା, ସେକେଣ୍ଡ୍ ପଣ୍ଡିତଙ୍କର ମାସିକିଆ ତିନି ଟଙ୍କା ।
କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଗୋଟିଏ ଗୋଡ଼ ଟିକିଏ ଛୋଟା ଥିଲା । ଏଣୁ ଲୋକେ ତା'ଙ୍କୁ ଛୋଟା ମାଷ୍ଟ୍ରେ ବୋଲି ହିଁ ଡାକୁ ଥିଲେ । ହେଲେ ତାଙ୍କର ଖାଦି ବଳରାମପୁର ଗାଁରେ ଥିଲା ଭିନ୍ନ ପ୍ରକାରର । ସେ ସ୍କୁଲଟିକୁ ଗଛବୃଚ୍ଛରେ ଭରି ଏକ ସୁନ୍ଦର ନନ୍ଦନକାନନ କରି ଗଢ଼ି ତୋଳି ଥିଲେ । ତାହା ସହ ସେ ଥିଲେ ସ୍ନେହୀ । ସାଧାରଣତଃ ଚାହାଳିର ମାଷ୍ଟ୍ର କହିଲେ ଯେପରି ଜଣେ ରୁକ୍ଷ, ରାଗି ଲୋକର ଚେହେରା ଆମ ଆଖି ଆଗରେ ଭାସି ଉଠେ, ସେ ସେପରି ମୋଟେ ନଥିଲେ ।
ହେଲେ ଚାହାଳିଟିରେ, ଯାହା ପରେ ଇସ୍କୁଲଟିରେ ରୂପାନ୍ତରିତ ହେଲା, ପାଠ ପଢ଼ା ବିଶେଷ ହେଉ ନଥିଲା ବୋଧହୁଏ । ତେଣୁ କାଳିଆ ସେଠାରେ ବିଶେଷ କିଛି ଶିଖିଲେ ନାହିଁ । ଅନ୍ୟ କଥାଟି ହେଲା ଯେ, କାଳିଆଙ୍କର ଛଅ ସାତ ବର୍ଷ ପର୍ଯ୍ୟନ୍ତ ମାଆଙ୍କ ଠାରୁ ଖିର ଖିଆ ଛାଡ଼ି ନଥିଲା । ସେ ତରବରରେ ଇସ୍କୁଲୁରୁ ଦଉଡ଼ି ଆସନ୍ତି, ଆଉ ନିଜ ମାତାଙ୍କର ସ୍ତନରେ ମୁହଁ ଗୁଞ୍ଜି ଦିଅନ୍ତି । ଯଦିଓ ଏଥି ପାଇଁ ନିଜ ବଡ଼ବାପା ପୁଅ ଭାଇଙ୍କ ଠାରୁ ଉତ୍ତମମଧ୍ୟମ ମଧ୍ୟ ଖାଇବାକୁ ପଡ଼େ । କିନ୍ତୁ ଯେହେତୁ ବାପା, ମାଆ କିମ୍ବା ଜେଜେମାଆ ଏଥି ପାଇଁ ତାଙ୍କୁ ଆକଟ କରୁ ନଥିଲେ, ସେ ଏଣୁ ଅନେକ ଡେରି ପର୍ଯ୍ୟନ୍ତ ମାତୃ ସ୍ତନ୍ୟପାନରୁ ବଞ୍ଚିତ ହୋଇନଥିଲେ ।
ସେତେବେଳ ଯାଏଁ ସମ୍ଭ୍ରାନ୍ତ ଖଣ୍ଡାୟତ ପରିବାରମାନଙ୍କରେ କେବଳ ଚାକିରୀ ପାଇଁ ପାଠ ପଢ଼ିବାର ପରମ୍ପରା ସୃଷ୍ଟି ହୋଇ ନଥିଲା । ଏଣୁ ଇସ୍କୁଲୁରେ କାଳିଆ କଅଣ ପଢ଼ିଲେ ନ ପଢ଼ିଲେ ସେଥି ପ୍ରତି ଗାର୍ଜନମାନଙ୍କର ସେତେ ବେଶି ନିଘା ନ ଥିଲା । ହେଲେ ପରିବାରର ସଂସ୍କୃତି ହିଁ ତାଙ୍କର ଭବିଷ୍ୟତ ବିଦ୍ୟାର ମୂଳଦୁଆ ପକାଇଲା ।
ଇସ୍କୁଲୁରେ ଫେରି, ଭାଇଙ୍କୁ ଲୁଚାଇ, ମାଆଙ୍କଠାରୁ ଖିର ଖାଇସାରିଲା ପରେ, ସେ ଜେଜେମା’ଙ୍କଠୁ ବୁଢ଼ୀମା’ କାହାଣୀ ଓ ଜେଜେଙ୍କଠାରୁ ‘ବୈଦେହୀଶ ବିଳାଶ’, ‘ଲାବଣ୍ୟବତୀ’ ଓ ‘ବିଦଗ୍ଧ ଚିନ୍ତାମଣି’ ଇତ୍ୟାଦି କାବ୍ୟର ଛାନ୍ଦଗୁଡ଼ିକର ଗାୟନ ଶୁଣୁଥିଲେ । ତାହା ସହିତ ବାପା ବେଳେବେଳେ ନିଜ ବଂଶର ଇତିହାସ କହି ବସନ୍ତି । କାରଣ ତାଙ୍କର ବିଶ୍ୱାସ ଥିଲା କି, ଏହା ବ୍ୟତୀତ ମଣିଷ ପୂର୍ଣ୍ଣାଙ୍ଗ ଜୀବନ ବଞ୍ଚିବା ସମ୍ଭବ ନୁହେଁ ।
ଗାଁ ସ୍କୁଲରୁ ପାଠ ସାରିଲା ବେଳକୁ ପିତାମ୍ବରଙ୍କର ବୟସ ହୋଇଥାଏ ନଅ କି ଦଶ । ପାଖରେ ସେତେବେଳେ କରିଲୋପାଟଣାରେ ହିଁ ମାଇନର ସ୍କୁଲଟିଏ ଥାଏ । ସେଇଠି ତାଙ୍କର ନାଁ ଲେଖା ହେଲା ଚତୁର୍ଥ ଶ୍ରେଣୀରେ, ୧୯୩୮ ସାଲରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବାର ପୂର୍ବ ବର୍ଷରେ ।
ବି. ଦ୍ର. - ଏହି ଲେଖାଟିର ଉପାଦାନ କଟକସ୍ଥ ଓଡ଼ିଶା ବୁକ୍ ଷ୍ଟୋର ୧୯୮୨ ମସିହାରେ ଛାପିଥିବା ପ୍ରାଧ୍ୟାପକ ପୀତାମ୍ବର ପ୍ରଧାନଙ୍କର ଆତ୍ମଜୀବନୀ ‘ଘାସଫୁଲର ନିଜକଥା’ରୁ ସଙ୍ଗୃହିତ ।
![]() |
| ସ୍ୱର୍ଗରୁ ଅବରତଣ କରୁଥିବା ପଞ୍ଚବିଂଶ ବୋଧିସତ୍ତ୍ୱ କାମାକୁରା କାଳ (୧୩୦୦ ମସିହା)ର ଜାପାନୀ ଚିତ୍ର ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
![]() |
| Jaali work at Safdarjung Tomb, Delhi Wikimedia Commons/Pallav.journo |
ଗଣକବି ବୈଷ୍ଣବ ପାଣିଙ୍କର ବିଭାଘର ହୁଏ ଉଣେଇଶି ବର୍ଷ ବୟସରେ, ସମ୍ଭବତଃ ୧୯୦୧ ମସିହାରେ । ପାତ୍ରୀ ଜଣଙ୍କ ଥିଲେ ଜଳୌକା ପାଖ ଦେବିଲ ଗାଁର ଜୟରାମ ପଣ୍ଡାଙ୍କ ଝିଅ । ସେତେବେଳେ ପାଲାଗାୟକ ବନିବା ପାଇଁ ପାଣିଙ୍କର ପ୍ରସ୍ତୁତି ଚାଲିଥାଏ । ହେଲେ ସେ ଗୁରୁ କଲେ ନାହିଁ ।
ପ୍ରଥମେ କୋଳିଅଠା ଗ୍ରାମର ଘନ ପଣ୍ଡାଙ୍କର ପୁଅ ଜଗନ୍ନାଥଙ୍କ ସାଙ୍ଗରେ ଗାୟକ ବନିଲେ । ପାଲା ପରିବେଷଣ କରିବା ପାଇଁ ଗଡ଼ଜାତ ଅଭିମୁଖେ ଉଦ୍ୟତ ହୁଅନ୍ତେ, ବାପା ସୁଦର୍ଶନ ପାଣି ସେଥିରେ ବାଧା ଦେଲେ । ହେଲେ ବାପାଙ୍କ କଥା ନମାନି, ଦର୍ପଣର ମଇଁଷିଆଖଡ଼ା, ପୁନିଆଁ, କୁରୀକଣା, ନେତ୍କା ଓ ଚଣ୍ଡୀ ପ୍ରଭୃତି ଜାଗାରେ ସେ ପାଲା ଗାଇଲେ । ବର୍ଷା ହେଲାରୁ ଗସ୍ତ ସମାପ୍ତ କରିବାକୁ ପଡ଼ିଲା ।
ଇଆଡ଼େ ବାପା ବିବାହର ସମସ୍ତ ବନ୍ଦୋବସ୍ତ କରି ରଖିଥିଲେ । ବାପା ମାଆ ଓଲିଆ ପୁଅ କାନ୍ଧରେ ଢୋଲ ପଡ଼ିଲେ ବଜେଇ ଶିଖିବ ଭାବି, ଜୋରଜବରଦସ୍ତି ଆଗରୁ ଠିକ୍ କରି ରଖିଥିବା କନିଆ ସହିତ ବିବାହ କରିଦେଲେ । ଦରିଦ୍ର ବ୍ରାହ୍ମଣ ପରିବାରରୁ ଆସିଥିବା ବୈଷ୍ଣବଙ୍କର କୁଟୁମ୍ବ ପୋଷିବାର ଉପାୟ ହେଲା ପାଲା ପରିବେଷଣ । ହେଲେ ନିଜ ଗାଁର ଗୋଟିଏ ଗଉଡ଼ ପରିବାରରେ ଜନ୍ମ ଏକୋଇଶାପାଲା ପରେପରେ ଛୁଆଟି ମରିଯିବାରୁ ପାଲା ଗାୟକ ଭାବରେ ପାଣିଙ୍କର କର୍ମଜୀବନ ଆଶୁମୃତ୍ୟୁ ଲଭିଲା ।
ଏହା ପରେ ପରିବାର ପ୍ରତିପାଳନର ଉପାୟ ବନିଲା ମାଳିହତା ଗାଆଁରେ ଯାତ୍ରା ଦଳରେ ଓସ୍ତାଦି । ବହିର ଅଭାବ ଥିବାରୁ ଏହି ସମୟରେ ସେ ନିଜେ ବହି ଲେଖି ଦଳର ଆବଶ୍ୟକତା ମେଣ୍ଟାଇଲେ । ଏହା ସହ ତାଙ୍କର ଲେଖକୀୟ ଜୀବନ ମଧ୍ୟ ଆରମ୍ଭ ହେଲା । ଧୀରେ ଧୀରେ ଓଡ଼ିଶା, ବଙ୍ଗ ପ୍ରଦେଶର ଅନ୍ୟାନ୍ୟ ଜାଗା ତଥା ନାନାଦି ଗଡ଼ଜାତରେ ତାଙ୍କର ନାଁଡ଼ାକ ହେବାକୁ ଲାଗିଲା ।
ହେଲେ ଏହି ସମୟରେ ତେର ମାସ ମାତ୍ରର ବ୍ୟବଧାନରେ ତାଙ୍କର ପ୍ରଥମେ ମାତୃବିୟୋଗ ଓ ତାହା ପରେ ପିତୃହାନି ଘଟିଲା । ଏହା ପରେ ଘର ପାଖ ମଠର ମହନ୍ତ ରାମନାଥ ପୁରୀ ଗୋସ୍ୱାମୀ ନିଜ ପାଖରେ ପାଣିଙ୍କୁ ରଖାଇ ସମସ୍ତ ମହାଜନୀ କାରବାରର ଦାୟିତ୍ୱରେ ତାଙ୍କୁ ନିଯୁକ୍ତ କଲେ । ଆଦାୟରୁ ଶତକଡ଼ା ଦଶ ଭାଗ କମିଶନି ବୈଷ୍ଣବ ବାବୁଙ୍କର ।
ଏହି ସମୟରେ ଗୋସ୍ୱାମୀ ମଠ ପାଖରେ ଜଣେ ରଜକି କନ୍ୟା ତାଙ୍କର ଚିତ୍ତହରଣ କରେ । ସେ ତାହାର ରୂପ ଓ ଗୁଣ ଉଭୟରେ ମୁଗ୍ଧ ହୁଅନ୍ତି । ଝିଅଟିର ନାମ ହାରାମଣି । ଶ୍ରଦ୍ଧା ନାମ – ହର । ସେତେବେଳକୁ ସେ ବୟଃପ୍ରାପ୍ତ ହୋଇନଥାଆନ୍ତି । ତାଙ୍କର ଘରକୁ ବାରମ୍ବାର ଯିବାଆସିବା କରୁଥିବାରୁ ହରଙ୍କର ମା’ ପାଣିଙ୍କଠାରେ ପ୍ରୀତ ଥାଆନ୍ତି । ସେ ଯଥାମତେ ସେହି ପରିବାରଟିକୁ ସାହାଯ୍ୟ ମଧ୍ୟ କରୁଥାଆନ୍ତି ।
କନ୍ୟାଜଣଙ୍କ ସେ ସମୟର ହିସାବରେ ବିବାହଯୋଗ୍ୟା ହେବାରୁ ନାନାଦି ଜାଗାରେ ତାଙ୍କର ପ୍ରସ୍ତାବ ପଡ଼ିବାକୁ ଆରମ୍ଭ ହେଲା । ପାଣି ଯାଇ ନାନା କୁଟକପଟ କରି ସେସବୁକୁ ଭାଙ୍ଗନ୍ତି । ମଧୁପୁରରଗଡ଼କୁ ଯାତ୍ରା ପରିବେଷଣ ପାଇଁ ଥରେ ଯାଇଥିବା ସମୟରେ ସୁଯୋଗ ଦେଖି ହରଙ୍କର ମା’ ଝିଅଟିର ବିବାହ ସାଲେପୁରର ଔରଙ୍ଗାବାଦର ଜଣେ ନିଜ ଜାତିର ପିଲା ସହ କରାଇଦେଲେ ।
ଏହା ପରେ ଗ୍ରାମକୁ ଫେରି ବୈଷ୍ଣବ ପାଣି ଦେଖିଲେ ଯେ ତାଙ୍କର ପ୍ରେୟସୀ ଆଉ ଗାଁ'ରେ ନାହାନ୍ତି । ସେ ବର୍ତ୍ତମାନ ବିବାହିତା । ଏତିକି ବେଳେ ଔରଙ୍ଗାବାଦରୁ ହିଁ ଗାଆଁର ଯାତ୍ରାଦଳର ଓସ୍ତାଦି ପାଇଁ ନିମନ୍ତ୍ରଣ ମିଳିଲା । ପାଣି ଆନନ୍ଦ ମନରେ ସେଠାକୁ ଗଲେ । ଗାଁରେ ପହଞ୍ଚିବାର ଦୁଇତିନି ଦିନ ମଧ୍ୟରେ ହିଁ ଗାଧୁଆତୁଠରେ ହରଙ୍କ ସହ ତାଙ୍କର ଦେଖାସାକ୍ଷାତ ହେଲା । ତାଙ୍କୁ ଦେଖି ସେ ବିଚାରି କାନ୍ଦି ପକାଇଲେ । ସେଇଠୁ ସେ ତାଙ୍କୁ ଶିକ୍ଷା ଦେଲେ ନିଜ ପତିଙ୍କୁ ପରିତ୍ୟାଗ କରି ଗାଁ'କୁ ଚାଲିଯିବା ପାଇଁ ।
ଝିଅଟି ନିଜ ଘରକୁ ଫେରି ଆସିବା ପରେ, ପାଣି ମଧ୍ୟ ଔରଙ୍ଗାବାଦ ଛାଡ଼ି ନିଜ ଠା’କୁ ଲେଉଟି ଆସିଲେ । ବର ଘର ଯେତେ ଆସି ହରଙ୍କୁ ଲେଉଟାଣି ନେବା ପାଇଁ ଚେଷ୍ଟା କଲେ, ସେଥିରେ ସଫଳ ହେଲେ ନାହିଁ । ହରଙ୍କର ମା’ଙ୍କ ଆଗରେ ପାଣି ଆଜ୍ଞା ତାଙ୍କ ଶାଶୁଘର ବିଷୟରେ ସତମିଛ କରି ଏତେ ପରକାରେ କହିଲେ ଯେ, ହରଙ୍କର ବି ସାହସ ବଢ଼ିଗଲା । ସେ ଆଦୌ ଔରଙ୍ଗାବାଦ ଫେରିଯିବା ପାଇଁ ଆଉ ରାଜି ହେଲେ ନାହିଁ ।
ହର ବରଘରର ଆୟଅଳଙ୍କାର ଆଦି ଲେଉଟାଇ ଦେଲେ । ପାଣିଙ୍କର ମନ୍ତ୍ରଣା ସଫଳ ହେଲା । ଦୁଇ ପକ୍ଷ ଭିତରେ ଆଉ କୌଣସି ଆପୋଷ ମିଳାମିଶା ସମ୍ଭବ ହେଲା ନାହିଁ । ଏହାର ଅଳ୍ପ କିଛି କାଳ ମଧ୍ୟରେ ହିଁ ହରଙ୍କର ବର ଖଜୁରିଗଛ ରସ ଚୋରାଇ ପିଉଥିବା ବେଳେ ସାପକାମୁଡ଼ାରେ ମରିଗଲେ ।
ଏସବୁ ଭିତରେ ହର ଓ ପାଣିଙ୍କର ଚୋରା ପୀରତି ଚାଲିଥାଏ । ଏପରି କଥା ଆଉ କି ଲୁଚି ରହନ୍ତା । ବାବୁଙ୍କର ଘର ଲୋକେ ଜାଣିଲେ । ଆଉ କିଛି କର୍ତ୍ତବ୍ୟ ନ ପାଇ ଗୁଣି ଇତ୍ୟାଦି ମଧ୍ୟ କଲେ । ହେଲେ ଯେତେ ବାଧାବିଘ୍ନାଦି ସୃଷ୍ଟି ହେଉଥାଏ, ପାଣିଙ୍କର ହରପ୍ରେମ ସେତେ ବେଶୀ ବଢ଼ୁଥାଏ । ଆଉ କୌଣସି ଥଳକୂଳ ନ ଦେଖି ହର ଗୋଟିଏ ପ୍ରସ୍ତାବ ଦେଲେ । ପ୍ରସ୍ତାବଟି ହେଲା ଏଇଆ – କଲିକତାରୁ ଠାକୁର ଆଣି ଘରର ଯାବତୀୟ ସମ୍ପତ୍ତି ତାଙ୍କ ନାମରେ କରି ସ୍ତ୍ରୀଙ୍କୁ ମାର୍ଫତଦାର କରିଦିଆଯାଉ ।
ଶେଷକୁ ପାଣିଏ ଚବିଶ ଜଣ ବ୍ରାହ୍ମଣଙ୍କ ସହ କଲିକତା ଠାକୁର ମୂର୍ତ୍ତି ଖୋଜି ଗଲେ । ଶେଷକୁ ଯୋଡ଼ାଶଙ୍ଖରେ ଠାକୁର ମିଳିଲେ । ଦିଅଁ ପ୍ରତିଷ୍ଠା ପାଇଁ କାର୍ଡ଼୍ ଛପାଇ ପାଞ୍ଚଶହ ଟଙ୍କାର ଚାନ୍ଦା ମଧ୍ୟ ସଙ୍ଗ୍ରହ କରାଗଲା । ହେଲେ ଏତେ ସବୁ ଆୟୋଜନ ସରିଲା ପରେ ଜୟରାମ ପଣ୍ଡାଙ୍କ କନ୍ୟା (ଯାହାଙ୍କ ନାମ ପାଣି କେବେ ନିଜର ଆତ୍ମଜୀବନୀରେ ନିଅନ୍ତି ନାହିଁ) ଠାକୁରଙ୍କର ମାର୍ଫତଦାର ବନିବା ପାଇଁ ରାଜି ହେଲେ ନାହିଁ ।
ଏଥିକୁ ପାଣି ଏକ ବସ୍ତ୍ର ହୋଇ ଘର, ସମ୍ପତ୍ତି ସମସ୍ତ ତ୍ୟାଗ କଲେ । ବିରୂପାକୂଳରେ କୁଡ଼ିଆଟିଏ ତୋଳାଇ ହରଙ୍କ ସହ ଦାମ୍ପତ୍ୟ ଜୀବନ ଅତିବାହିତ କରିବାକୁ ଆରମ୍ଭ କଲେ । ହେଲେ ପ୍ରଥମ ସ୍ତ୍ରୀ ମାମଲାକୁ ଏପରି ସହଜ ଭାବରେ ରଫାଦଫା କରିଦେବା ପାଇଁ ଛାଡ଼ିଲେ ନାହିଁ । ସେ ବାଟେଘାଟେ ଭଡ଼ାଟିଆ ଜଗାଇ ନିଜ ସ୍ୱାମୀଙ୍କୁ ମାଡ଼ ମରାଇବା ପାଇଁ ଲୋକ ନିଯୁକ୍ତ କଲେ । ପାଣି ଅନେକ ଥର ମାଡ଼ ମଧ୍ୟ ଖାଇଲେ ।
ସେ ଏହି ସମୟରେ ଗୁଆଳିପୁର ଯାତ୍ରା ଦଳର ଓସ୍ତାଦ ରୂପେ ନିଯୁକ୍ତି ପାଇ ନିଜ ରଚିତ ଗଙ୍ଗେଶ୍ୱରଦେବ, କୀର୍ତ୍ତିବୀର୍ଯ୍ୟ ଓ ଧୃବ, ଏହି ତିନୋଟି ନାଟକ ସଫଳତାର ସହ ମଞ୍ଚସ୍ଥ କରାଇ କଲିକତା ପ୍ରବାସ କଲେ । ସେଠାରେ ଚାରି ମାସରୁ ଅଧିକ କାଳ ଅବସ୍ଥାନ କରି ପାଞ୍ଚ ହଜାରରୁ ଅଧିକ ଟଙ୍କା ଅର୍ଜନ କଲେ । ଏଥିରୁ କିଛି ଟଙ୍କା ହରଙ୍କ ପାଖକୁ ପ୍ରେରଣ କଲେ ବିରୂପା କୂଳରେ ବାପଘର ପାଖରେ ଖଣ୍ଡେ ବସା ତୋଳିବା ନିମନ୍ତେ ।
ଏହି ସମୟରେ ଯାତ୍ରା ଓସ୍ତାଦ ଭାବରେ ଖ୍ୟାତି ବ୍ୟାପିବାରୁ ଅର୍ଥ ଉପାର୍ଜନ ମଧ୍ୟ ବଢ଼ିଲା । ମାସିକ ବହି ଲେଖିଲେ ଅଶୀ ଟଙ୍କା ଖଣ୍ଡେ ମିଳୁଥିଲା । ଯାତ୍ରାଦଳର ଓସ୍ତାଦ ହିସାବରେ ଦରମା ଥିଲା ମାସକୁ ଚାଳିଶ ପଚାଶ ଟଙ୍କା । ନିଜର ପ୍ରିୟତମାଙ୍କୁ ଏହି ଆୟର ଅଂଶ ଦେଉଥିବାରୁ ହର ଏହା ମଧ୍ୟରେ ସୁନା ରୂପା ଅଳଙ୍କାର ଓ ଦୁଇ ତିନି ମାଣ ପରିମାଣର ଚାଷ ଜମି ଆଦି କିଣିବାରେ ସମର୍ଥ ହେଲେ ।
ହରଙ୍କ ଗୁଣ ଓ ଆଚରଣରେ ପାଣି ମୁଗ୍ଧ ଥାଆନ୍ତି । ହାରାମଣି ଦୁଃଖୀର କଷ୍ଟ ବୁଝନ୍ତି । ଜୀବଜନ୍ତୁଙ୍କ ପ୍ରତିପୋଷଣରେ ଦକ୍ଷ । ସଙ୍ଗୀତରେ ପ୍ରବେଶ ଥାଏ । ଏହା ସହିତ ବେଶଭୂଷା ଓ ଆଚରଣରେ ଖୁଣିବାରେ ନାହିଁ । ହେଲେ ଏ ସବୁ ମଧ୍ୟରେ ବି ବୈଷ୍ଣବ ବାବୁଙ୍କର ନାନାଦି ବାରନାରୀଙ୍କର ସହ ଭାବପୀରତି ଚାଲିଥାଏ ।
ସହଭାଗିନୀ ହାରାମଣିଙ୍କର ଦୋଷଥାଏ ତ ଗୋଟିଏ । ପଇସାପତ୍ର ମାମଲାରେ ତାଙ୍କର କିଛି ହିସାବପତ୍ର ନଥାଏ । ବେହିସାବି ଖର୍ଚ୍ଚ କରନ୍ତି ସେ । ଅନେକ କାରଣରୁ ହର ଓ ପାଣିଙ୍କର ମଧ୍ୟରେ ଗଣ୍ଡଗୋଳ ମଧ୍ୟ ଲାଗେ । ହେଲେ ହର ଥିଲେ ସମ୍ପୂର୍ଣ୍ଣ ଭାବରେ ପତିଗତପ୍ରାଣା । ବିଗତଯୌବନ ପାଣି ଯେବେ କଟକ ମେଡ଼ିକଲରେ ଜୀବନ ସହିତ ସଙ୍ଗ୍ରାମ କରୁଥାଆନ୍ତି, ସେତେବେଳେ ହରପ୍ରିୟା ହିଁ ଗାଁ'ରୁ ଆସି, ସେବା କରି ତାଙ୍କର ଜୀବନରକ୍ଷା କରିଥିଲେ ।
ଏହି ଘଟଣାର କିଛି କାଳ ପରେ ହିଁ ଏକ ସାମାନ୍ୟ ଜଙ୍ଘାବାତ ରୋଗ ଉତ୍କଟ ହେବାରୁ ହର ଦୁଇ ମାସ କାଳ କଷ୍ଟ ଭୋଗନ୍ତି । ନାନାଦି ପ୍ରକାରର ଚିକିତ୍ସା ପ୍ରଣୀଳୀର ପରୀକ୍ଷାନୀରିକ୍ଷାର ଶୀକାର ହୋଇ ସେ ଶେଷକୁ ପ୍ରାଣ ତ୍ୟାଗ କରନ୍ତି । ସେତେବେଳକୁ ବୋଧହୁଏ ୧୯୫୪ ସାଲ । ଏହିପରି ଭାବରେ ଚାରି ପୁରୁଷ ତଳର, ସେ ସମୟରେ ଅଭାବନୀୟ, ଏକ ବ୍ରାହ୍ମଣ-ରଜକୀ ସମ୍ପର୍କର ଅନ୍ତ ହୁଏ ।
ବି.ଦ୍ର. - ଏହି ଲେଖାରେ ବ୍ୟବହୃତ ତଥ୍ୟ ସେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ‘ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ’ (୨୦୦୬, ତୃତୀୟ ପ୍ରକାଶନ) ବହିଟିରୁ ନିଆଯାଇଛି । ପ୍ରକାଶକ, ସେକ୍ ମସୁଦ୍ ଅଲି । ପ୍ରକାଶନର ସ୍ଥାନ, ଭୁବନେଶ୍ୱର । ଏହି ଆତ୍ମଜୀବନୀଟି ସମ୍ଭବତଃ ୧୯୫୫ ମସିହାରେ ପ୍ରଥମେ ଛପାଯାଇଥିଲା ।
There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...